ଏୟାର ଓଡ଼ିଶାକୁ ଶକ୍ତ ଝଟ୍‌କା

ଏୟାର ଓଡ଼ିଶାର ୫୦ଟି ଉଡ଼ାଣ ରୁଟ୍ ବାତିଲ୍

ଭୁବନେଶ୍ୱର : ଏୟାର ଓଡ଼ିଶାକୁ ଶକ୍ତ ଝଟକା। ଏୟାର ଓଡ଼ିଶାର ୫୦ଟି ଉଡାଣ ରୁଟ୍‌କୁ ବାତିଲ କରିଛି ବେସାମରିକ ଚଳାଚଳ ମନ୍ତ୍ରଣାଳୟ। ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଅନ୍ୟ ସ୍ଥାନକୁ ଏବେ ଉଡ଼ାଣ କରିପାରିବ ନାହିଁ ଏୟାର ଓଡ଼ିଶା ବିମାନ।

ଖରାପ ପ୍ରଦର୍ଶନ ପାଇଁ କମ୍ପାନିର ରୁଟ୍‌କୁ ବାତିଲ୍ କରିଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ। ଏନେଇ ଅାଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି VSS ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ପରେ ରାୟପୁରକୁ ବିମାନ ଚଳାଚଳ ଅାରମ୍ଭ ହୋଇଥିଲା।

ଏହାପରଠୁ କମ୍ପାନି ନାଁରେ ଅନିୟମିତତା ଅଭିଯୋଗ ଅାସିଥିଲା। ତେବେ ଅକ୍ଟୋବର ୬ ତାରିଖରୁ ଝାରସୁଗୁଡ଼ାରୁ ବିମାନ ଚଳଚଳ ସମ୍ପୂର୍ଣ୍ଣବନ୍ଦ ହୋଇଥିଲା।

 

You might also like