ଚିକିତ୍ସିତ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ

ସୁନ୍ଦରଗଡ଼: ଚିକିତ୍ସିତ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ। ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ତାଳଡିହି ଜଙ୍ଗଲରେ ଦନ୍ତା ହାତୀଟି ୨ ଦିନ ଧରି ଅସୁସ୍ଥ ହୋଇ ରହିଥିଲା।

ମିଳିଥିବା ସୂଚନା ଅନୁସାରେ, ହାତୀଟି ୨ ଦିନ ଧରି ଅସୁସ୍ଥ ଥିବାବେଳେ ବନବିଭାଗର ଏକ ଟିମ୍‌ ହାତୀର ଚିକିତ୍ସା କରୁଥିଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

You might also like