• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ କୋଭିଡ ଓ ଅନ୍ୟ ରୋଗୀଙ୍କ ଚିକିତ୍ସାକୁ ଅଧିକ ସୁପରିଚାଳିତ କରିବାକୁ ଜାରି ହୋଇଛି ହେଲପ୍ ଲାଇନ୍ ନମ୍ବର। ହସ୍ପିଟାଲରେ ବେଡ୍ ସମ୍ପର୍କୀତ ତଥ୍ୟ ତା ସହ ଅନ୍ୟ ସାହାଯ୍ୟ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ହେଲପଲାଇନ୍ ନମ୍ବରରେ କଲ୍ କରିପାରିବେ। ୦୬୭୪-୨୪୭୬୭୮୯ ନମ୍ବରରେ ଦିନର ଯେକୌଣସି ସମୟରେ କଲ୍ କରି ତଥ୍ୟ ଜାଣିପାରିବେ ବୋଲି କୁହାଯାଇଛି।

ଏବେ ଏମ୍ସରେ ଓପିଡି ବନ୍ଦ ଥିବାବେଳେ ଟେଲି ମେଡିସିନ୍ ବ୍ୟବସ୍ଥା କରାଯାଇଛି। ଏହା ସହିତ ଡାକ୍ତରଙ୍କ ସହ ଫୋନରେ ରୋଗୀ ପରାମର୍ଶ ନେଇପାରିବେ। ସେହିପରି କୋଭିଡ ସମ୍ପର୍କରେ କୌଣସି ତଥ୍ୟ ଜାଣିବା ପାଇଁ ବି ୨୪ ଘଣ୍ଟିଆ ହେଲପଲାଇନ୍ ନମ୍ବର ଜାରି କରାଯାଇଛି। ୮୨୮୦୩-୪୬୬୮୪ ନମ୍ବରରେ କଲ୍ କଲେ କୋଭିଡ୍ ସମ୍ପର୍କରେ ଟେଲି ମେଡିସିନ୍ ତଥ୍ୟ ମିଳିପାରିବ।

ତାଛଡ଼ା ଏମ୍ସକୁ ଯାଇ ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୋଭିଡ୍ ହେଉ ବା ନନକୋଭିଡ୍ ହେଉ ସମସ୍ୟା ବିଷୟରେ ଅବଗତ ହୋଇପାରିବେ ବୋଲି କୁହାଯାଇଛି। ପ୍ରାୟ ୨୭ଟା ଡିପାର୍ଟମେଣ୍ଟ ଟେଲି ମେଡିସିନ୍ ଜରିଆରେ ଚିକିତ୍ସା ଯୋଗାଉଥିବା ସୂଚନା ଦିଆଯାଇଛି। ଏମ୍ସର ଟେଲି ମେଡିସିନ୍ ସ୍ୱାସ୍ଥ୍ୟ ଆପ୍ ଜରିଆରେ ବି ଡାକ୍ତରୀ ସେବା ପାଇପାରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Aiims-helpline-number
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories