• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର କସରତ। ଆସନ୍ତା ସପ୍ତାହରେ ପୁଣି ଥରେ ଓଡ଼ିଶା ଆସିବେ AICC ସ୍କ୍ରିନିଂ କମିଟି। ଆସନ୍ତା ସୋମବାରଠୁ ବୁଧବାର ଯାଏ କମିଟି ୩ଟି ସ୍ଥାନରେ ପ୍ରାର୍ଥୀ ଓ ଆଶାୟୀଙ୍କ ସହ ଆଲୋଚନା କରିବ।

ପ୍ରଥମ ଦିନରେ ବାରିପଦାରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସାଥୀସାନ୍ ବୈଠକ କରିବେ। ଯେଉଁଠି ମୟୂରଭଞ୍ଜ ଓ କେନ୍ଦୁଝର ଲୋକସଭା, ବିଧାନସଭା ନିର୍ବାଚନ ମଣ୍ଡଳୀ ନେତାଙ୍କ ସହ ଆଲୋଚନା କରିବେ। ଦ୍ୱିତୀୟ ତଥା ମଙ୍ଗଳବାର ଦିନ ସାଥୀସାନ୍ ବାଲେଶ୍ୱର, ଭଦ୍ରକ ଜିଲ୍ଲାର ନେତାଙ୍କ ସହ ଆଲୋଚନା କରିବେ।

ଅନ୍ୟପଟେ, ସମାନ୍ତରାଳ ଭାବେ ସୋମବାର ଦିନ ସମ୍ବଲପୁରରେ ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କି ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ନେତାଙ୍କୁ ଭେଟିବେ।

୨୭ ତାରିଖ ଦିନ ଭୁବନେଶ୍ୱର କଂଗ୍ରେସ ଭବନରେ କମିଟି ସଦସ୍ୟ ଜିତିନ ପ୍ରସାଦ କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିବେ।

ଗୋଟିଏ ମାସରେ AICC ସ୍କ୍ରିନିଂ କମିଟି ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିବେ। ପୂର୍ବରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଭେଟିଥିଲେ  ସ୍କ୍ରିନିଂ କମିଟି ସଦସ୍ୟ।

Aicc-screening-committee-for-odisha-congress-to-visit-state-again-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories