ପ୍ରଦେଶ କଂଗ୍ରେସ କମିଟିର ନୂଅା ଟିମ୍ ଘୋଷଣା

ଭୁବନେଶ୍ୱର: ଘୋଷଣା ହୋଇଛି ପ୍ରଦେଶ କଂଗ୍ରେସ କମିଟିର ନୂଆ ଟିମ୍। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୋହର ପରେ ଏହି ଟିମ୍‌ ଘୋଷଣା ହୋଇଛିା କମିଟିରେ ଅଛନ୍ତି ୧୪ ଉପସଭାପତି, ଜଣେ କୋଷାଧ୍ୟକ୍ଷ। ଟିମ୍‌ରେ ୨୪ଜଣ ସାଧାରଣ ସଂପାଦକ ଓ ୯୯ ସଂପାଦକ ଅଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୧୩ ଜଣ ମନୋନୀତ ହୋଇଥିବାବେଳେ କିଶୋର ପଟେଲ ହୋଇଛନ୍ତି ପିସିସି କୋଷାଧ୍ୟକ୍ଷ।

ପିସିସି ଉପସଭାପତି ଭାବେ ଅନନ୍ତ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, ସଦନ ନାୟକ, ସନ୍ତୋଷ ସିଂ ସାଲୁଜା, ରାଧାକାନ୍ତ ଦିଗଲ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ଅମର ପ୍ରଧାନ, କୈଳାସ ଆଚାର୍ଯ୍ୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି ମନୋନୀତ ହୋଇଛନ୍ତି। ସେହିପରି ସଂଜୀବ ଗିରି, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାସ, ବିଷ୍ଣୁ ବାରିକ, ବିଶ୍ୱଭୂଷଣ ଦାସ, ଆଲୋକ ମିଶ୍ର, ଉମା ବଲ୍ଲଭ ରଥ ସାଧାରଣ ସମ୍ପାଦକ ଭାବେ ନୂଆ ଟିମ୍‌ରେ ସ୍ଥାନ ପାଇଛନ୍ତି। ହେମାନନ୍ଦ ବିଶ୍ୱାଳଙ୍କୁ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି।

You might also like