ଭୁବନେଶ୍ୱର ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧି

ଭୁବନେଶ୍ୱର :  ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ  ଯୋଗଦେଇଛନ୍ତି ରାହୁଲ ଗାନ୍ଧି। ଏଠାରେ ନିଜର ଅଭିଭାଷଣରେ ଉଭୟ ମୋଦି ଓ ନବୀନଙ୍କୁ ଆଟାକ୍‌ କଲେ। କହିଲେ , ଉଭୟ ମୋଦି-ନବୀନଙ୍କ ଚିନ୍ତାଧାରା ଏକ ପ୍ରକାର। କିଛି ଅମଲାଙ୍କୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣି ନିର୍ବାଚନ ଲଢ଼ନ୍ତି।

ଆଉ ମଧ୍ୟ ରାହୁଲ ଗାନ୍ଧି କହିଲେ, ଓଡ଼ିଶା ଗରିବ ରାଜ୍ୟ ନୁହେଁ, କିନ୍ତୁ ଓଡ଼ିଶାର ଲୋକ ଗରିବ; ଆପଣଙ୍କ ଖଣିଜ ସଂପଦ ଓ ପାଣି ଆପଣଙ୍କ ଠାରୁ ଛଡ଼ାଇ ନିଆଯାଉଛି।୧୫ ବର୍ଷ ଭିତରେ ନବୀନ ପଟ୍ଟନାୟକ କେତେ ଜଳସେଚନ ପ୍ରକଳ୍ପ କରିଛନ୍ତି? ନରେନ୍ଦ୍ର ମୋଦି ଯୁଆଡ଼େ ଯାଉଛନ୍ତି କହୁଛନ୍ତି, ମୁଁ ଚାଷୀଙ୍କ ହିତରେ ଅଛି।

ଭୁବନେଶ୍ୱର ବିମାନ ବନ୍ଦରରୁ ରୋଡ୍‌ ସୋ’ କରି ହୋଟେଲ୍‌ ମେ’ଫେୟାର ଯାଇଥିଲେ ରାହୁଲ୍ ଗାନ୍ଧି। ଏହାପରେ ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ  ଯୋଗ ଦେବା ପରେ ତମାଣ୍ଡୋର ଏହି ପରିବର୍ତ୍ତନ  ସଂକଳ୍ପ ସମାବେଶରେ  ଯୋଗଦେଇଛନ୍ତି।

 

You might also like