ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ପାଇଁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସରକାର କରିଥିବା ଯୋଜନାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ-GCF ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯାଇ ଭୂତଳ ଜଳ ସଂରକ୍ଷଣ କରାଯିବ।

ଗଚ୍ଛିତ ଜଳକୁ ପରବର୍ତ୍ତୀ ସମୟରେ ଜଳସେଚନ ପାଇଁ ବ୍ୟବହାର କରାଯିବ। ଏହା ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୫ ବର୍ଷ ମଧ୍ୟରେ ଯୋଜନାକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ କରାଯାଇଛି। ଏହି ଯୋଜନା ପାଇଁ ୧ ହଜାର ୧୧୫  କୋଟି ଟଙ୍କା ଖର୍ଚ୍ଚ ହେବ। GCF ଏହି ଟଙ୍କା ନାବାର୍ଡ ଜରିଆରେ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବେ। ଏଥିପାଇଁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ଜଳସମ୍ପଦ ବିଭାଗ ଓ ନାବାର୍ଡ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

You might also like
Comments
Loading...