• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟରେ ଏବେ ଜୋର୍ ଧରିଛି ଛକାପଞ୍ଝା ରାଜନୀତି। କୌଣସି ଗୋଟିଏ ଦଳ ନିଜ କାର୍ଯ୍ୟକ୍ରମ ଘୋଷଣା କଲେ ପ୍ରତିଦ୍ୱନ୍ଦ୍ୱୀ ଦଳ ବି ସମାନ ଦିନରେ ନିଜସ୍ୱ କାର୍ଯ୍ୟକ୍ରମ ଘୋଷଣା କରୁଛନ୍ତି। ଏପରିକି ସମାନ ଦିନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ବି କରାଯାଉଛି।  ଗତ ୨୬ ତାରିଖରେ ଯେଭଳି ୩ ଦଳର କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଲା, ଆସନ୍ତା ୫ ଓ ୮ ତାରିଖରେ ବି ସମାନ ସ୍ଥିତି ଉପୁଜିବାକୁ ଯାଉଛି, ଯାହା ସାଧାରଣ ନିର୍ବାଚନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ଆଭାସ ଦେଲାଣି।

ଡିସେମ୍ବର ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ ପାଳିଥିଲା। ଠିକ୍ ସେହିଦିନ ହିଁ କଂଗ୍ରେସ୍ ନେତାମାନେ କଳା ଦିବସ ପାଳିଲେ। ବିଜେପି ସମାନ ଢଙ୍ଗରେ ଆୟୋଜନ କଲା ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ। ଗୋଟିଏ ଦିନରେ ତିନି ଦଳର ଏଭଳି କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।

ତେବେ ଆସନ୍ତା ୫ ଓ ୮ ତାରିଖରେ ପୁଣିଥରେ ସମାନ ଏପିସୋଡ୍ ରିପିଟ୍ ହେବାକୁ ଯାଉଛି। ୫ତାରିଖରେ ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ସହ ବିଜେପିର ସ୍ୱାଭିମାନ ସମାବେଶ ରହିଛି।

ଅନ୍ୟପଟେ ସେହିଦିନ ପୁରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସରକାରୀ ସ୍ତରରେ ସମାବେଶ ହେବ। ମୁଖ୍ୟମନ୍ତ୍ରୀ, ପ୍ରତି ଗ୍ରୁପ୍‌କୁ ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦେବା ସହ ସ୍ମାର୍ଟ ଫୋନ୍ ବାବଦକୁ ଆଉ ୩ ହଜାର ଲେଖାଏ ଟଙ୍କା ଦେବେ।

ଆଉ ଏହାର ଦୁଇଦିନ ପରେ ୮ ତାରିଖରେ ଚାଷୀ ପ୍ରସଙ୍ଗକୁ ନେଇ ନିଜ ନିଜର ଦମ୍ ଦେଖାଇବେ ସବୁ ଦଳ। ବିଜେଡି ଦିଲ୍ଲୀ ଦରବାରରେ ଗର୍ଜନ କରିବ, ବିଜେପି ସଚିବାଳୟ ଘେରିବାକୁ ଯୋଜନା କରିବ ଓ କଂଗ୍ରେସ୍ ଜିଲ୍ଲା ସ୍ତରରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଯୋଜନା କରିଛି।

ତେବେ ପ୍ରଶ୍ନ ଉଠୁଛି, କ’ଣ ପାଇଁ ଜୋର୍ ଧରିଛି ଏଭଳି ଛକାପଞ୍ଝା ରଜାନୀତି ?
କୌଣସି ଦଳ କାଳେ ପଲିଟିକାଲ୍ ମାଇଲେଜ୍ ନେଇଯିବ, ସେଥିପାଇଁ ଏଭଳି ପ୍ରତିଦ୍ୱନ୍ଦ୍ୱିତା କି?

ଗୋଟିଏ ଦଳ କୌଣସି କାର୍ଯ୍ୟକ୍ରମ କଲେ ଅନ୍ୟ ଦଳ ସଙ୍ଗେ ସଙ୍ଗେ ଅନ୍ୟ ଏକ କାର୍ଯ୍ୟକ୍ରମ କରି ତାର ଜବାବ ଦେଉଛି। ବର୍ଷ ଆରମ୍ଭରୁ ସବୁ ଦଳର ଏଭଳି ଆଟାକିଂ ଆଭିମୁଖ୍ୟ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାର ତୀବ୍ର ରୂପର ସଙ୍କେତ ଦେଉଛି।

ରାଜ୍ୟରେ ୧୮ ବର୍ଷ ଧରି କ୍ଷମତାରେ ରହିଛି ବିଜେଡି। ହେଲେ ପ୍ରଥମ ଥର ସରକାର ବିରୋଧୀ ହାଓ୍ୱାକୁ ସାମ୍ନା କରୁଛି ଦଳ। ଅନ୍ୟ ନିର୍ବାଚନଗୁଡ଼ିକ ତୁଳନାରେ ଏଥର ବିରୋଧୀ ଅଧିକ ସକ୍ରିୟ ହୋଇଛନ୍ତି। ତେଣୁ ପ୍ରତିଯୋଗିତା ତୀବ୍ର ହେଉଛି। ଖାସ୍ ସେଥିପାଇଁ ଭୋଟର୍‌ଙ୍କ ମୁଡ୍ ମଧ୍ୟ କେଉଁ ଦଳ ସପକ୍ଷରେ ରହିଛି ତାହା ବି ଜଣାପଡୁନାହିଁ।

 

Aggressivepolitics-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories