ଆର୍‌ଟିଓରେ ଥଇଥାନ ହୋଇପାରନ୍ତି ଏଜେଣ୍ଟ

କଟକ: ଆର୍‌ଟିଓରେ ଥଇଥାନ ହୋଇପାରନ୍ତି ଏଜେଣ୍ଟ। ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଆର୍‌ଟିଓ ପରିସରରେ ବସିବାକୁ କରାଯାଇଥିବା ଆବେଦନ ଖାରଜ କରିଛନ୍ତି କୋର୍ଟ। ତେବେ ସେମାନଙ୍କୁ ଯଥାସମ୍ଭବ ଥଇଥାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆର୍‌ଟିଓରେ କେତେ ଏଜେଣ୍ଟ କାମ କରନ୍ତି ୬ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସ୍ତାବିତ କିଓସ୍କରେ ଯଥାସମ୍ଭବ ସେମାନଙ୍କୁ ନିଯୁକ୍ତି ଦେବାକୁ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  କିଓସ୍କରେ ନିଯୁକ୍ତି ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ଦେବାକୁ କୁହାଯାଇଛି। ଏ ସମସ୍ତ ପ୍ରକ୍ରିୟା ୨ ମାସ ମଧ୍ୟରେ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

You might also like