ବ୍ରହ୍ମପୁର: କରୋନା ସହ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ୯୫ ବର୍ଷୀୟ ବୟସ୍କ। ଗଞ୍ଜାମ ସୋରଡ଼ା ବ୍ଲକ ସାରାବଡ଼ିର ବୟସ୍କ ଉଦୟନାଥ ବିଷୋୟୀ କରୋନାରେ ସଂକ୍ରମିତ ହୋଇଥିଲେ। ବ୍ରହ୍ମପୁର ଟାଟା କୋଭିଡ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଗତ ୧୮ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
Udayanath Bisoyi.. age 95 years. From Sarabadi, chakunda village, Surada Block successfully fought the covid battle. Discharged from Tata hospital on 18th July. This is the unique example of efforts of our doctors, also we salute this COVID HERO. @CMO_Odisha @HFWOdisha pic.twitter.com/JYqmDHGy8A
— Collector & District Magistrate, Ganjam (@Ganjam_Admin) July 20, 2020
ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସ୍ବାସ୍ଥ୍ୟ ସେବା ଯୋଗୁଁ ଉଦୟନାଥ ଆଜି ସୁସ୍ଥ ହୋଇ ଫେରିଥିବାରୁ ସମସ୍ତ ଡାକ୍ତରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି କହିଛନ୍ତି ଯେ, ଆପଣଙ୍କ ବିଜୟ ଓଡ଼ିଶାବାସୀଙ୍କୁ କରୋନା ବିରୋଧୀ ଲଢେଇରେ ପ୍ରେରଣା ଯୋଗାଇବ।
Congratulations to nonagenarian Udayanath Bisoyi from Ganjam district on successfully winning the battle against #COVID19. Your win will inspire others to stay strong as #Odisha fights this pandemic.#OdishaFightsCorona https://t.co/mBRBvw5zp3
— CMO Odisha (@CMO_Odisha) July 21, 2020