• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ଭିଡିଓ କ୍ଲାସ । ମହାମାରୀ କରୋନା ଯୋଗୁଁ ପୂର୍ବବର୍ଷ ଭଳି ଏଥର ବି ଭିଡିଓ କ୍ଲାସ ଅନୁଷ୍ଠିତ ହେବ । ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା DHSE । ଏଥିପାଇଁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମଧ୍ୟ ମାଗିଲା DHSE । ମେ’ ୨୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ DHSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କରୋନା କାଳରେ ସ୍କୁଲ, କଲେଜ ସହ ଘରୋଇ କୋଚିଂ ସେଣ୍ଟର ସଂସ୍ଥା ତଥା ଘରୋଇ ଟ୍ୟୁସନ ମଧ୍ୟ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବଡ଼ ବ୍ୟାଘାତ ଘଟିଛି ।

ଗତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏଭଳି ବ୍ୟାଘତ ସୃଷ୍ଟି ହୋଇଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ବାତିଲ କରାଯାଇଥିଲ । ସବୁଠାରୁ ବଡ଼ କଥା ହେଲା ପିଲାମାନେ ସ୍କୁଲ-କଲେଜ ବନ୍ଦ ଥିବାରୁ ପାଠ ପଢ଼ିପାରି ନଥିଲେ । ତେଣୁ ସେମାନେ ବାର୍ଷିକ ପରୀକ୍ଷାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଯାହାକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଖାଲି ସେତିକି ନୁହେଁ ସ୍କୁଲ-କଲେଜ ପିଲାଙ୍କ ବିକ୍ଷୋଭ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

ଗତ ବର୍ଷ ମଧ୍ୟ ପିଲାଙ୍କ ପାଇଁ ଭିଡିଓ କ୍ଲାସ ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀଛାତ୍ରଙ୍କୁ ନେଇ ହ୍ୱାଟସ୍‌ଆପ ଗ୍ରୁପ୍ କରିଥିଲେ । ଏହା ମାଧ୍ୟମରେ ଅଧ୍ୟାପକମାନେ ଅନ୍‌ଲାଇନ କ୍ଲାସ ହୋଇଥିଲା । ଶିକ୍ଷକଙ୍କ ଦ୍ୱାରା ସବୁ ବିଷୟରେ ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍‌ କରାଯାଇଥିଲା ।

Again-video-class-will-be-resumed-this-for-2-students
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories