ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣଅନୁଦାନ, ଚାକିରି ସର୍ତ୍ତାବଳୀ ଦାବି

ଭୁବନେଶ୍ୱର : ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ। ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣଅନୁଦାନ ସହ ଚାକିରି ସର୍ତ୍ତାବଳୀ ଦାବିରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ସ୍କୁଲ କଲେଜ ଶିକ୍ଷକ,କର୍ମଚାରୀ ମିଳିତ ମଞ୍ଚ। ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳିନଥିବାରୁ ଏହାର ପ୍ରତିବାଦରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଅାନ୍ଦୋଳନ କରୁଛନ୍ତି ମିଳିତ ମଞ୍ଚ।

ଏଥିସହ ଅାଜିଠାରୁ ଶିକ୍ଷକମାନେ ଅହୋରାତ୍ର ଧାରଣା ମଧ୍ୟ ଦେବେ। ଏଥିରେ ପ୍ରାୟ ୧ଲକ୍ଷ ଶିକ୍ଷକ ଓ ଅଧ୍ୟାପକ ସାମିଲ ହେବେ। ପୂର୍ବରୁ ହୋଇଥିବା ଅାନ୍ଦୋଳନ ପରେ ସରକାର ଜୁଲାଇ ୧୮ ସୁଦ୍ଧା ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା ପୂରଣ ହୋଇନଥିବାରୁ ମିଳିତ ମଞ୍ଚ ଏହି ଅାନ୍ଦୋଳନକୁ ଓହ୍ଲାଇଛନ୍ତି।

You might also like