ଗାନ୍ଧିମାର୍ଗରେ ପୁଣି ଗର୍ଜିବେ ଶିକ୍ଷକ

ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧିମାର୍ଗରେ ପୁଣି ଗର୍ଜିବେ ଶିକ୍ଷକ। ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳିନଥିବାରୁ ସ୍କୁଲକଲେଜ ଶିକ୍ଷକ,କର୍ମଚାରୀ ମିଳିତ ମଞ୍ଚ ଅଗଷ୍ଟ ୧୬ରୁ ପୁଣି ଅାନ୍ଦୋଳନ ଧମକ ଦେଇଛି।

ଶିକ୍ଷକମାନେ ଅଗଷ୍ଟ ୧୬ରୁ ପୁଣି ଅହୋରାତ୍ର ଧାରଣା ଦେବେ ବୋଲି ମଞ୍ଚ କହିଛି। ଏଥିରେ ପ୍ରାୟ ୧ଲକ୍ଷ ଶିକ୍ଷକ ଓ ଅଧ୍ୟାପକ ସାମିଲ ହେବେ। ପୂର୍ବରୁ ହୋଇଥିବା ଅାନ୍ଦୋଳନ ପରେ ସରକାର ଜୁଲାଇ ୧୮ ସୁଦ୍ଧା ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା।  କିନ୍ତୁ ଏପର୍ଯ୍ୟନ୍ତ ତାହା ପୂରଣ ହୋଇନଥିବାରୁ ମିଳିତ ମଞ୍ଚ ଏହି ଅାନ୍ଦୋଳନକୁ ଓହ୍ଲାଇବ।

ଆହୁରି ପଢ଼ନ୍ତୁ

You might also like