କରୋନାକୁ ନେଇ ପୁଣି ଗୁଜବ; ରାତି ଅଧରେ ମନ୍ଦିରରେ ଭିଡ଼

ନବରଙ୍ଗପୁର: କରୋନାକୁ ନେଇ ଆଉ ଏକ ଗୁଜବ ସାମ୍ନାକୁ ଆସିଛି। କରୋନାକୁ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଆଉଁଳି ଗାଁ ଲୋକେ ରାତି ଅଧରେ ଠାକୁରଙ୍କ ପାଖରେ ଅଧିଆ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି।

ଗାଁରେ ପ୍ରଚାରିତ ଗୁଜବ ଅନୁଯାୟୀ, ଯେଉଁ ପରିବାରରେ ଗୋଟିଏ ସନ୍ତାନ ଥିବେ ସେହି ପରିବାର ପକ୍ଷରୁ ଗାଁ ଶିବ ମନ୍ଦିରରେ ପୂଜା କରିବାକୁ ହେବ। ନ ହେଲେ ପରିବାର ସଦସ୍ୟଙ୍କ କ୍ଷତି ହେବା ସହ ଜୀବନ ମଧ୍ୟ ଯାଇପାରେ ବୋଲି ପ୍ରଚାର ଆରମ୍ଭ ହୋଇଗଲା। ଫଳରେ ଅନ୍ଧ ବିଶ୍ୱାସର ଶିକାର ହୋଇ ଲୋକେ ଗାଁ ଶିବ ମନ୍ଦିରକୁ ଦୌଡ଼ିବାକୁ ଲାଗିଥିଲେ। ଏପରିକି କିଛି ସମୟ ମଧ୍ୟରେ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହାସହ ଲୋକମାନେ ପୂଜାର୍ଚ୍ଚନା କରୁଥିବା ମଧ୍ୟ ନଜର ଆସିଥିଲା।

ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଘରକୁ ପଠାଇଥିବା ସୂଚନା ମିଳିଛି।

ତେବେ ଏଭଳି ଘଟଣା ଆଦୌ ସତ୍ୟ ନୁହେଁ। ଏଠି ଆମେ ଆପଣଙ୍କୁ କହି ରଖୁଛୁ ଯେ, କରୋନାକୁ ନେଇ କୌଣସି ଅପପ୍ରଚାର କିମ୍ବା ଗୁଜବ ଖବର ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ।

You might also like