ପୁଣି ପ୍ରାଣଘାତୀ ମୋମୋକୁ ନେଇ ଅାତଙ୍କ

ମୋମୋ ଗେମ୍ ଖେଳି ନିଜ ହାତ କାଟିଦେଲେ ଯୁବକ

କଟକ  : ପୁଣି ପ୍ରାଣଘାତୀ ମୋମୋକୁ ନେଇ ଅାତଙ୍କ । କଟକ ବୟାଳିଶମୌଜା ଝାରକଟା ଗାଁର ଜଣେ ଯୁବକ ମୋମୋ ଗେମ୍ ଖେଳି ଦାଆରେ ନିଜର ହାତ କାଟିଦେଇଥିବା ଅାଶଙ୍କା କରାଯାଉଛି । ଅାହତ ଯୁବକଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ଅାହତ ଯୁବକଙ୍କ ନାଁ ସୁନୀଲ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏକ ଅନଲାଇନ ଭିଡ଼ିଓ ଗେମ୍ ଖେଳି ସେ ଏଭଳି କରିଥିବା ସଂପୃକ୍ତ ଯୁବକ ସ୍ୱୀକାର କରିଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ତେବେ ତାଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ତାଙ୍କ ମାନସିକ ରୋଗ ବିଭାଗରେ ମଧ୍ୟ ଚିକିତ୍ସା କରାଯାଉଥିବା ସୂଚନା ଦେଇଛନ୍ତି ଏସ୍‌ସିବି ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

You might also like