ପୁଣି ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର, ଏଥର ଗଣିତ ପାଳି

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ। ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାତୃଭାଷା, ଇଂରାଜୀ ପ୍ରଶ୍ନପତ୍ର  ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏଥର ଦୁଇ ଦୁଇଟି ଜିଲ୍ଲାରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି।

ମାଟ୍ରିକର ଗଣିତ ପ୍ରଶ୍ନପତ୍ରର ‘ଡି’ ସେଟ୍ ମୋବାଇଲ୍‌ରୁ ମୋବାଇଲ୍‌ ଘୁରିବୁଲୁଛି। ଭାଇରାଲ୍‌ ପ୍ରଶ୍ନପତ୍ର ସହ ଏକ ଆଡମିଟ୍ କାର୍ଡ ଫଟୋ ବି ବୁଲୁଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପ୍ରଶ୍ନପତ୍ର ଭାଇରାଲ୍‌କୁ ସ୍ୱୀକାର କରିଛି। ସଭାପତି ଜାହାନ ଆରା ବେଗମ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ହେଲେ କେଉଁଠାରୁ ଏହା ଭାଇରାଲ ହୋଇଛି ତାହା ଜଣାପଡ଼ିଥିବା ବୋର୍ଡ ସଭାପତି କହିଛନ୍ତି।

ଭାଇରାଲ୍ ଘଟଣାକୁ ନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ କହିଛନ୍ତି। ଘଟଣାକୁ ନେଇ କିଛି ଶିକ୍ଷକଙ୍କୁ ଗିରଫ କରାଯାଇଥିବା ବେଳେ କିଛି ଅଭିଭାବକଙ୍କ ନାଁରେ ପୂର୍ବରୁ ମାମଲା ରୁଜୁ ହୋଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରଖାଯାଉଛି। ସମ୍ୱେଦନଶୀଳ କେନ୍ଦ୍ରରେ ୧୪୪ ଧାରା ବି ଜାରି ହୋଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ହେଉଛି। ଏତେ ସବୁ କଡ଼ା ପଦକ୍ଷେପ ସତ୍ତ୍ୱେ ପ୍ରଶ୍ନପତ୍ର କିଭଳି ଭାଇରାଲ୍‌ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଥିବା ଅଭିଯୋଗ ହେଉଛି।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like