ମାଲକାନଗିରିରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର୍‌

ମାଲକାନଗିରି: ମାଲକାନଗିରିରେ ପୁଣି ମାଓବାଦୀ ପୋଷ୍ଟର ଲଗାଯାଇଛି। ଗୁମ୍ମା ସିପିଆଇ ମାଓବାଦୀ ଆଞ୍ଚଳିକ କମିଟି ପକ୍ଷରୁ ଅଣ୍ଡ୍ରାପାଲି ଓ ନାକାମାମୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି।

ବର୍ତ୍ତମାନ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବା ବେଳେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ମାଓବାଦୀ ସଂଗଠନ ପୋଷ୍ଟରରେ ଆହ୍ୱାନ ଦେଇଛି। ଏହା ସହ ସରକାରଙ୍କ ବିକାଶମୂଳକ ପଦକ୍ଷେପକୁ ବିରୋଧ କରିଛନ୍ତି ମାଓବାଦୀ।
ପିଏଲ୍‌ଜିଏ ସପ୍ତାହ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ବୋଲି ପୋଷ୍ଟରରେ ଦର୍ଶାଯାଇଛି।

You might also like