• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ସଇଁତଳା : ପୁଣି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌। ଆଜି ପରୀକ୍ଷା ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ହେବାର ଅଭିଯୋଗ ଆସିଛି। ବଲାଙ୍ଗିର ସଇଁତଳାରେ ମୋବାଇଲ୍‌ରେ ବୁଲୁଛି ପ୍ରଶ୍ନପତ୍ର। ଏନେଇ କୌଣସି ସଠିକ୍‌ତା ଏଯାଏ ଜଣାପଡ଼ିନାହିଁ।

ଏପଟେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌କୁ ଭିତ୍ତିହୀନ କହିଲେ ବଲାଙ୍ଗିର DEO । କିଛି ନିର୍ଦ୍ଦିଷ୍ଟ ଲୋକ ବଦ୍‌ମାସୀ କରି ପୁରୁଣା ପ୍ରଶ୍ନପତ୍ରକୁ ଭାଇରାଲ୍‌ କରି ବଲାଙ୍ଗିରକୁ ବଦ୍‌ନାମ୍‌ କରୁଛନ୍ତି ବୋଲି DEO କହିଛନ୍ତି । ତେବେ ହିନ୍ଦୀ ପ୍ରଶ୍ନପ୍ରତ୍ର ଭାଇରାଲ୍ ହେବା ଖବର ଏବେ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମାଟ୍ରିକ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା।

ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍‌ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ତାର ପୁନରାବୃତ୍ତି ଯେପରି ନ ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ କହିଥିଲା।

ଆଉ ଆଜି ପୁଣି ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ଏବେ ପରୀକ୍ଷା ବ୍ୟବସ୍ଥାକୁ ସଙ୍କଟରେ ପକାଇଛି।

ଏହାସହ ମଧ୍ୟ ପଢ଼ନ୍ତୁ : ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗକୁ ବୋର୍ଡ ସଭାପତିଙ୍କ ଖଣ୍ଡନ

Again-hindi-question-of-matric-exam-viral-in-bolangiri-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories