ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ପ୍ରାୟ ୧ କେଜି ସୁନା ଚୋରା ଚାଲାଣ ବେଳେ ଏହାକୁ ଜବତ କରିଛନ୍ତି ରାଜସ୍ୱ ବିଭାଗ ଗୁଇନ୍ଦା ଅଧିକାରୀ।
ମହାରାଷ୍ଟ୍ରର ଜଣେ ମହିଳା ଏହି ସୁନା ଦିଲ୍ଲୀରୁ ଭୁବନେଶ୍ୱର ଆଣୁଥିଲେ। ତାଙ୍କ ବ୍ୟାଗ ତନଖି ବେଳେ ୮ ଖଣ୍ଡ ସୁନା ବିସ୍କୁଟ ମିଳିଥିଲା।
୯୫୯ ଗ୍ରାମର ଏହି ସୁନାର ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସେହିଭଳି ସଂପୃକ୍ତ ମହିଳାଙ୍କଠାରୁ ୧୨୨ ପ୍ୟାକେଟ୍ ବିଦେଶୀ ସିଗାରେଟ ବି ମିଳିଛି। ଜବତ ସିଗାରେଟର ମୂଲ୍ୟ ୧ ଲକ୍ଷ ୨୨ ହଜାର ଟଙ୍କା ହେବ।