ପୁଣି ଥରେ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ

ବିନିକା : ପୁଣି ଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଚକଡ଼ା ପୋକ ଓ ଋଣ ବୋଝ ସୁଝି ନପାରି ବିଷପିଇ ଯୁବଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁର ଯୁବଚାଷୀ ମୋହନ କଲତା ଆତ୍ମହତ୍ୟା କରିଛନ୍ତି।

ଗତ ଖରିଫ ଋତୁରେ ପାଞ୍ଚ ଏକର ଧାନ ଚାଷ କରିଥିଲେ ମୋହନ। କିନ୍ତୁ ଧାନରେ ଚକଡ଼ା ପୋକ ଯୋଗୁଁ  ସମ୍ପୂର୍ଣ୍ଣ ଭାବେ ଫସଲ ନଷ୍ଟ ହୋଇଯାଇଥିଲା। ତେବେ ଫସଲ ନଷ୍ଟ ହେବା ପରେ ସେ ଋଣ ପରିଶୋଧ କରିନପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତକାଲି କୀଟନାଶକ ଔଷଧ ପିଇ ଗୁରୁତର ଅବସ୍ଥାରେ ପ୍ରଥମେ ବରପାଲି ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲାI ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛିI

You might also like