କରୋନା ଏମରଜେନ୍ସି ନମ୍ବରକୁ ପୁଣି ଫେକ୍ କଲ୍

ଭୁବନେଶ୍ୱର: କରୋନା ଏମରଜେନ୍ସି ନମ୍ବରକୁ ପୁଣି ଆସିଲାଣି ଫେକ୍ କଲ୍। କରୋନା ଭାଇରସ ସମ୍ପର୍କରେ ତଥ୍ୟ ଏବଂ ସହାୟତା ପାଇଁ ଜାରି ୧୦୪ ହେଲ୍‌ପ ଲାଇନ୍ ନମ୍ବରକୁ ଫେକ୍ କଲ୍ କରୁଛନ୍ତି କିଛି ଆସାମାଜିକ ଯୁବକ। ସହାୟତା କେନ୍ଦ୍ରର ମହିଳା କର୍ମଚାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆସିଛି।

ପୂର୍ବରୁ ମଧ୍ୟ ୧୦୪ ଏମର୍ଜେନ୍ସୀ ନମ୍ବରକୁ ଫେକ୍ କଲ୍ ଆସୁଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଫେକ୍ କଲରଙ୍କ ବିରୋଧରେ ୧୦୪ ପରିଚାଳନାକାରୀ ଜିକିଜା ହେଲ୍‌ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲା। ମୋଟ ୩୮ ଜଣ ଫେକ୍ କଲର୍‌ଙ୍କ ନାଁରେ ଏତଲା ହୋଇଥିଲେ ବି ଏବେ ପୁଣି ଥରେ ଫେକ୍ କଲ୍ ଆସିବା ଆରମ୍ଭ ହୋଇଛି।

You might also like