ଭୁବନେଶ୍ୱରରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏନ୍‌କାଉଣ୍ଟର। କଳିଙ୍ଗନଗର କେ-୭ ଅଞ୍ଚଳରେ ଆଜି ଭୋର ସମୟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଗୁରୁତର ଆହତ ହୋଇଛି। ତା’ର ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜିଛି।

ସୂଚନା ଅନୁସାରେ, ଡକାୟତି ପାଇଁ ସୁଶାନ୍ତ ନୟାଗଡ଼ରୁ ଭୁବନେଶ୍ୱର ଆସିଥିଲା। ତେବେ କୌଣସି ସୁତ୍ରରୁ ଖବର ପାଇ କଳିଙ୍ଗନଗର କେ-୭ ଅଞ୍ଚଳରେ ପୁଲିସ୍‌ ତାକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା। ହେଲେ ଏହି ସମୟରେ ସୁଶାନ୍ତ ପୁଲିସ୍‌ ଦେଖି ଗୁଳି ଚଳାଇଥିଲା। ଯାହାର ଜବାବରେ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା। ଗୁରୁତର ଅବସ୍ଥାରେ ସୁଶାନ୍ତକୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ କଟକ ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସୁଶାନ୍ତ ନିକଟରୁ ପୁଲିସ୍‌ ଗୋଟିଏ ୯ଏମ୍ଏମ୍ ପିସ୍ତଲ ଓ ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି। ସୁଶାନ୍ତର ଘର ନୟାଗଡ଼ ହାଟବସ୍ତା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତା’ ନାଁରେ ଏକାଧିକ ଡକାୟତି ସହ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି। ଟାଙ୍ଗୀରୁ ୬୦ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ମଧ୍ୟ ସେ ସଂପୃକ୍ତ ଥିବା ପୁଲିସ୍‌ ସୂଚନା ଦେଇଛି।

୨୦୧୯ରେ କମିଶନରେଟ୍ ପୁଲିସ୍‌ର ଏହା ହେଉଛି ଷଷ୍ଠ ଏନ୍‌କାଉଣ୍ଟର। ଏହା ପୂର୍ବରୁ ପୁଲିସ୍‌ ୫ଟି ଏନ୍‌କାଉଣ୍ଟର କରିଥିଲା।

ଆହୁରି ପଢ଼ନ୍ତୁ

ଡିନାମାଇଟ୍‌ ଦେଇ ନଦୀବନ୍ଧ ଉଡାଇବା ଅଭିଯୋଗ; ବିଧାୟକଙ୍କ ସମେତ ୬ ଜଣଙ୍କୁ ନୋଟିସ୍‌ କଲେ ଲୋକାୟୁକ୍ତ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

You might also like