ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଦାମ ରାଉତଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଅାଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦାମ ରାଉତ। ସେ କହିଛନ୍ତି, ନବୀନ ସ୍ଥିତି ବଦଳାଇବାକୁ ଦୁର୍ନୀତିକୁ ନୀତି କରି ସାରିଛନ୍ତି। ସିସୋର ଚିଟଫଣ୍ଡର STV ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଯିବା ଏବଂ ବ୍ଲାକ୍‌ରୋଜରେ ସଂପୃକ୍ତ ଲୋକଙ୍କ ଗାଡ଼ିରେ ବୁଲିବାକୁ ନେଇ ଜଣାପଡୁଛି ନବୀନ କେତେ ସ୍ୱଚ୍ଛ।

ସେହିପରି କୁନ୍ଦୁଲି ଘଟଣାରେ ଗଣଦୁଷ୍କର୍ମ ହୋଇଛି ବୋଲି ପୁଣି ଥରେ ଦୃଢକ୍ତି ପ୍ରକାଶ କରିଛନ୍ତି ଦାମ ରାଉତ। କିନ୍ତୁ ଏହାକୁ ବଦଳାଇବା ପାଇଁ ସରକାର କଣ ନ କରିଛନ୍ତି। ଗୋଟିଏ ଅଞ୍ଜନା ମାମଲାରେ ଅାମେ ସରକାର ବଦଳାଇ ଦେଇଥିଲୁ । କିନ୍ତୁ ସବୁଦିନ ଏଠି ଦୁଷ୍କର୍ମ ଚାଲିଛି, ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସେ।

You might also like