କୋର୍ଟ ପରିସରରେ ବି ଲାଞ୍ଚୁଅା IICଙ୍କୁ ଛାଡ଼ିଲେନି ଲୋକେ

ଭୁବନେଶ୍ୱର  : କୋର୍ଟ ପରିସରରେ ବି ଲାଞ୍ଚୁଅା IICଙ୍କୁ ଛାଡ଼ିଲେନି ସାଧାରଣ ଲୋକେ। କୋର୍ଟ ଭିତରେ ଲୋକଙ୍କ ରୋଷର ଶିକାର ହେଲେ ଭିଜିଲାନ୍ସ ଦ୍ୱାରା ଗିରଫ ଜଟଣୀ ଥାନା ଅଧିକାରୀ ସଞ୍ଜିବ ମହାନ୍ତି । ସଞ୍ଜୀବଙ୍କୁ ଅାଜି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ତାଙ୍କୁ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା।

ଏମିତିକି ଭିଜିଲାନ୍ସ ଅଧିକାରୀଙ୍କ ହେପାଜତରେ ଥିବା ସଞ୍ଜୀବଙ୍କୁ ମାରଧର ଓ ଠେଲାପେଲା କରିଥିବା ଦେଖିବାକୁ ମିଳିଥିଲା । ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସଞ୍ଜିବଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଅାଯାଇଛି । ଗତକାଲି ଜଟଣୀ ଥାନା ଅଧିକାରୀ ଥିବା ସଂଜୀବ ମହାନ୍ତି ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ସ୍ପେଶାଲ ବ୍ରାଞ୍ଚ୍ ଧରିଥିଲା । ଏହି ସମୟରେ ବି ସେଠାରେ ଲୋକଙ୍କ ଅାକ୍ରୋଶର ଶିକାର ହୋଇଥିଲେ ସଂଜୀବ।

You might also like