ରାଜ୍ୟରେ ବାରମ୍ବାର ଘଟୁଛି ଡଙ୍ଗା ବୁଡ଼ି ଘଟଣା: କେବେ ଲୋକ ଚେତିବେ ଆଉ ପ୍ରଶାସନର ନିଦ ଭାଙ୍ଗିବ ?

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଡଙ୍ଗାବୁଡ଼ି ଘଟଣାରେ ଆଉ କେତେ ଜୀବନ ଗଲେ ଆମେ ଚେତିବା ଓ ପ୍ରଶାସନର ନିଦ ଭାଙ୍ଗିବ ?

କେବଳ କେନ୍ଦ୍ରାପଡ଼ାର ଏହି ଗୋଟିଏ ଘଟଣା ନୁହେଁ ଲଗାତର ଭାବେ କିଛି ବର୍ଷ ହେଲାଣି ରାଜ୍ୟର କେଉଁଠି ନା କେଉଁଠି ଛୋଟ ହେଉ କି ବଡ଼ ଡଙ୍ଗା ବୁଡ଼ି ଏମିତି ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି।

ଆସନ୍ତୁ ନଜର ପକାଇବା ଗତ କିଛି ବର୍ଷ ମଧ୍ୟରେ ଡଙ୍ଗା ବୁଡ଼ି ଘଟଣାରେ କେତେ ଲୋକଙ୍କ ଜୀବନ ଯାଇଛି।

୨୦୧୪ ମସିହାରେ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ହୀରାକୁଦ ଡ୍ୟାମ୍‌ ଭିତରେ ଡଙ୍ଗା ବୁଡ଼ି ଯାଇଥିଲା। ସେଠାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସେହି ଖବର ଖାଲି ରାଜ୍ୟ ନୁହେଁ, ସାରା ଦେଶରେ ଚହଳ ପକାଇଥିଲା।

ସେହିପରି ୨୦୧୫ ମସିହାରେ ସାତଭାୟା ଅଞ୍ଚଳର ବାଉଁଶଗଳି ନଦୀରେ ମଧ୍ୟ ଡଙ୍ଗା ବୁଡ଼ି ଯାଇଥିଲା। ସେଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିଲେ। ୨୦୧୬ ଡିସେମ୍ବରରେ ଚିଲିକାରେ ମଧ୍ୟ ଏକ ଡଙ୍ଗା ବୁଡ଼ି ଯାଇଥିଲା। ସେଥିରେ ମଧ୍ୟ ୪ ଜଣଙ୍କର ଜୀବନ ଯାଇଥିଲା।

୨୦୧୮ ଜୁନ୍‌ରେ ମଧ୍ୟ ସେହି ଚିଲିକାରେ ଡଙ୍ଗା ବୁଡ଼ି ଯାଇଥିଲା। ଏକ ଡଙ୍ଗା କାଳିଜାଇ ବୁଲିବାକୁ ଯାଇଥିବା ବେଳେ କାଳ ବୈଶାଖୀ ହେବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ସେଥିରେ ମଧ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ତେବେ ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଦେଶୀ ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରିବା, ଲାଇଫ୍ ଜାକେଟ୍ ବ୍ୟବହାର ନ କରିବା ଏହି ଡଙ୍ଗାବୁଡ଼ି ମୃତ୍ୟୁର ମୁଖ୍ୟ କାରଣ। ଏହା ସାଙ୍ଗକୁ ପ୍ରଶାସନର ଢିଲା ମନୋଭାବ, ବିନା ଲାଇସେନ୍‌ସ୍‌ରେ ଡଙ୍ଗା ଚଳାଇବା, ଲାଇସେନ୍‌ସ୍ ଥିଲେ ବି ନିୟମ କାନୁନ୍‌ ପାଳନ ନ କରିବା, ଅଘଟଣ ହେଲେ ଜୀବନ ରକ୍ଷାକାରୀ ପଦକ୍ଷେପ ପାଇଁ ଆଗୁଆ ପ୍ରସ୍ତୁତ ନ ରହିବା କାରଣରୁ ବାରମ୍ବାର ଡଙ୍ଗା ବୁଡ଼ିରେ ଲୋକଙ୍କ ଜୀବନ ଯାଉଥିବା ଜଣାପଡ଼ିଛି।

ଏବେବି ମଧ୍ୟ ଅନେକ ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ଲୋକେ ନଦୀ ପାର୍ ହେଉଛନ୍ତି। ଏଥିସହ ଗାଡ଼ିମୋଟର ବି ପାର୍ କରାଉଛନ୍ତି। ଥରେ ଗୋଟିଏ ଘଟଣା ହେବାର କିଛି ଦିନ ପର୍ଯ୍ୟନ୍ତ ହୋହାଲ୍ଲା ହୁଏ। ତା ପରେ ପୁଣି ଯେଉଁ କଥାକୁ ସେଇ କଥା। ଯାତ୍ରୀଙ୍କ ସୁରକ୍ଷା କଥା ସମସ୍ତେ ଭୁଲି ଯାଆନ୍ତି। ଏହା ହିଁ ଡଙ୍ଗା ବୁଡ଼ି ମୃତ୍ୟୁର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like