• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: କୋଭିଡ୍ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟାରୁ ମୃତ୍ୟୁ? ଦେଶରେ ଏଭଳି ପ୍ରଥମ ଘଟଣାକୁ ଗତକାଲି ସ୍ୱୀକାର କରିଥିଲେ ସରକାର। ଏହାର କାରଣ ଦର୍ଶାଯାଇଥିଲା, ଟିକା ନେବାର ୩୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଏହି ପାର୍ଶ୍ୱ ପ୍ରତିକ୍ରିୟା ଏଡାଯାଇ ପାରିଥାନ୍ତା। ସରକାରୀ ଗାଇଡଲାଇନ୍‌ ଅନୁସାରେ ଭ୍ୟାକସିନ ନେବା ପରେ ଟିକା କେନ୍ଦ୍ରରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବା କଥା। କିନ୍ତୁ ଲୋକେ ଏଥିପ୍ରତି ସଚେତନ ନାହାନ୍ତି।

କାହା ପାଇଁ ଏହାର ଆବଶ୍ୟକତା ନାହିଁ, ତ କେହି କେହି ଏକଥା ଜାଣିନଥିବା କହିଥିଲେ। ସେପଟେ ମଫସଲରୁ ନେଇ ରାଜଧାନୀ ପର୍ଯ୍ୟନ୍ତ ଟିକାକୁ ନେଇ ଏଯାଏଁ ବି ଲୋକଙ୍କ ମନରୁ ଯାଇନି ଭ୍ରାନ୍ତ ଧାରଣା। ଯୁବକ ହୁଅନ୍ତୁ କି ପ୍ରୌଢ଼, ଟିକା ନେଇ ମହାମାରୀ ମୁକାବିଲା ପାଇଁ ସମସ୍ତେ ସଜାଗ। ହେଲେ ଭ୍ୟାକସିନେସନ ଗାଇଡଲାଇନ ପ୍ରତି କେତେ ସଚେତନ? ରିଅଲିଟି ଚେକ ପାଇଁ ଆମ ଟିମ୍‌ ପହଂଚିଥିଲା ରାଜଧାନୀର ଏକ ଟିକାରଣ କେନ୍ଦ୍ରରେ। ସରକାର ଜାରି କରିଥିବା ନିୟମାବଳୀ ଅନୁଯାୟୀ ଟିକା ନେବାପରେ ସେଠାରେ ଥିବା ଅବଜର୍ଭେସନ କକ୍ଷରେ ୩୦ ମିନିଟ୍ ଅପେକ୍ଷା କରିବା କଥା। ହେଲେ ପଚାରିବାରୁ କିଏ କହୁଛି କିଛି ହେବନି, ତ ଆଉ କାହାର ଯୁକ୍ତି ୧୦-୧୫ ମିନିଟ୍ ବସିଛି। କିଏ କିଏ ଅପେକ୍ଷା କରିବା କଥା ଜାଣି ନାହାନ୍ତି ତ ଆଉ କିଏ ସଫେଇ ଦେଉଛି ଆମକୁ କେହି କିଛି କହୁନାହାନ୍ତି।

ବିଏମ୍ସି କମିଶନର କହିଛନ୍ତି ଅପେକ୍ଷା କରିବାକୁ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ସଚେତନ କରାଯାଉଛି। ଗତ ମାର୍ଚ୍ଚ ୮ ତାରିଖରେ ଜଣେ ୬୮ ବର୍ଷିୟ ବ୍ୟକ୍ତି ଟିକା ନେବା ପରେ ତାଙ୍କ ଶରୀରରେ ଆନାଫାଏଲେକ୍ସିସ ଭଳି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବା ସହ ମୃତ୍ୟୁ ହୋଇଥିଲା। କୋଭିଡ୍ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟାରୁ ମୃତ୍ୟୁ ହେବା ଦେଶର ଏହା ପ୍ରଥମ ଘଟଣା ବୋଲି କେନ୍ଦ୍ର ସରକାରଙ୍କ ଅଧିନସ୍ଥ AEFI କମିଟି ନିଜ ରିପୋର୍ଟରେ ଦର୍ଶାଇଛି। ତେଣୁ ଟିକା ନେବା ପରେ କେନ୍ଦ୍ରରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷାର ଆବଶ୍ୟକତା ରହିଛି। କାରଣ ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ଟିକା ନେବାର ପ୍ରାୟ ୩୦ ମିନିଟରୁ ଘଣ୍ଟାଏ ସମୟ ମଧ୍ୟରେ ଦେଖାଦେଇଥାଏ। ଏହା ଏକ ଗୁରୁତର ଆଲେର୍ଜିକ ରିଆକ୍ସନ ଏହାର ନିଦାନ ଏବଂ ଉପଚାର ପାଇଁ ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ପ୍ରାପ୍ତ ହୋଇଥାନ୍ତି।

ତେଣୁ ଯଦି ଟିକା କେନ୍ଦ୍ରରେ ଏହା ଦେଖାଦେଲା, ଏହାର ଉପଚାର ହୋଇପାରିବ। ବିଳମ୍ବ ହେଲେ ଅବସ୍ଥା ଗୁରୁତର ହୋଇପାରେ। ହେଲେ ରାଜ୍ୟରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଟିକା ନେବାକୁ ଲୋକେ ଅମଙ୍ଗ। ଏହା ପଛରେ ରହିଛି ଟିକାକୁ ନେଇ ସେମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା। ଗଞ୍ଜାମ ଜିଲା ବଦାଙ୍ଗି ପଞ୍ଚାୟତରରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ଟିକା ନେବାକୁ ବୁଝାଉଛନ୍ତି। ହେଲେ ଲୋକେ ବୁଝିଲେ ତ? ମୁଣ୍ଡରେ ପଶିଛି,ଟିକା ନେଲେ ଜର ହେବ ଆଉ ମରିଯିବୁ। ତେଣୁ ଏକା ଜିଦ୍, ଯାହା ହୋଇଗଲେ ବି ଟିକା ନେବୁନାହିଁ। ମଫସଲ କଥା ଛାଡନ୍ତୁ ଖୋଦ୍ ରାଜଧାନୀର ଛାତି ଉପରେ ରହିଥିବା ଲୋକେ ବି ଟିକାକୁ ନେଇ ଗୁଜବରୁ ବର୍ତ୍ତିପାରିନାହାନ୍ତି। ସେମାନଙ୍କ ଧାରଣା କରୋନା ଧନୀ ଲୋକଙ୍କ ରୋଗ, ଆମର କିଛି ହେବ ନାହିଁ। ତେଣୁ ଟିକା କାହିଁକି ନେବୁ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଥମେ ଟିକା ଉପଲବ୍ଧତା, ଆଉ ଏବେ ଟିକା ଗାଇଡ୍ଲାଇନ୍ ନମାନିବା ଓ ଟିକା ପ୍ରତି ଅନାଗ୍ରହ ଚାଲେଞ୍ଜ ସୃଷ୍ଟି କରିଛି।

 

After-vaccination-how-many-time-a-man-sitting-here
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories