ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ ପରେ ଚେତିଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡାରେ ଲାଉ ତୁମ୍ବା ବନ୍ଧି ନଦୀ ପାର ହେବା ଘଟଣାରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ ପରେ ଚେତିଲା ପ୍ରଶାସନ।

ଚିତ୍ରକୋଣ୍ଡା ରାଳେଗାଡ଼ାର ନେରୁଡ଼ିପାଲି ନଦୀରେ ଦୁଇ ଅଙ୍ଗନଓ୍ୱା଼ଡ଼ି କର୍ମୀ ହେମଲତା ସିସା ଓ ପ୍ରମିଳା ପେନେଲ ଲାଉ ତୁମ୍ବା ବାନ୍ଧି ଭରା ନଦୀ ପାର ହେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଦୃଶ୍ୟ ଦେଖି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ସହାୟତା କରିବାକୁ ହାତ ବଢ଼ାଇଥିଲେ।

କମ୍ପାନି ଏହାର CSR ଫଣ୍ଡରୁ ଏକ ବୋଟ୍ ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରିଥିଲା। ତେବେ ଏହି ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନେରୁଡ଼ିପାଲି ନଦୀ ଘାଟକୁ ଏକ ବୋଟ୍ ଯୋଗାଇ ଦିଆଯାଇଛି।

You might also like