କରୋନା ଟିକା ନେବା ପରେ ମିଳିବ ସାର୍ଟିଫିକେଟ୍

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କରୋନା ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ୨୯, ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ୮୨୭୬ ଟିକାକର୍ମୀ ନିୟୋଜିତ ହୋଇଛନ୍ତି। ଟିକା ସଂରକ୍ଷଣ ପାଇଁ ୧୨୨୨ କୋଲ୍ଡ ଚେନ୍ ରହିଛି ନିର୍ଦ୍ଦେଶକ କହିଛନ୍ତି। ଟିକା ନେବା ଆଣିବା ପାଇଁ ୧୭୯୬ ILR, ୧୭୭୧ ଫ୍ରିଜର ରହିଛି। ଗୋଟିଏ ରାଜ୍ୟସ୍ତରୀୟ, ୯ଟି ଆଞ୍ଚଳିକ, ୩୨ଟି ଜିଲ୍ଲା ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣ କର୍ମଚାରୀ ନିୟୋଜିତ ହେବେ। ଟିକା ନେବା ପରେ ୩୦ ମିନିଟ ନିରୀକ୍ଷଣ ଓ ସାର୍ଟିଫିକେଟ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ Co-WIN ଆପ୍‌ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ।

You might also like