ସିଲ୍ ପରେ ବମିଖାଲ୍‌ ହେଲା ବିଶୋଧନ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଏକା ଥରକେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଏହି ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ଅଗ୍ନିଶମ ବାହିନୀ ବମିଖାଲ ଅଞ୍ଚଳକୁ ବିଶୋଧନ କରୁଛି।

ସିଲ୍ ହୋଇଥିବା ଏକାମ୍ର ହଲ୍ ପାଖ କାଫେ କଫି ଡେରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡ୍‌ରୁ ଝାରପଡ଼ା ଦୁର୍ଗା ମଣ୍ଡପ ଏବଂ ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌ର ଡିସିବି ବ୍ୟାଙ୍କ ଛକ ଯାଏ ବିଶୋଧନ ଚାଲିଛି।

ସେହିପରି ଡିସିବି ବ୍ୟାଙ୍କ ଛକଠାରୁ ଏକାମ୍ର ହଲ୍ ନିକଟ କାଫେ କଫି ଡେ ଯାଏଁ ବି ବିଶୋଧନ କରାଯିବ। ସିଲ୍ ଥିବାରୁ ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ଢେଙ୍କାନାଳରେ କରୋନା ମୁକାବିଲା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସାନିଟାଇଜେସନ୍ ପ୍ରକ୍ରିୟା। ସମଗ୍ର ସହରକୁ ସାନିଟାଇଜ କରୁଛି ଅଗ୍ନିଶମ ବିଭାଗ। ଆଉ ତାକୁ ତଦାରଖ କରୁଛନ୍ତି ନିଜେ ଜିଲ୍ଲାପାଳ। ଗତକାଲି ନିଜାମୁଦ୍ଦିନ ଲିଙ୍କରେ କ୍ୱାରେଣ୍ଟାଇନରେ ଥିବା ୧୫ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି।

You might also like