‘ଭୁଲ୍ ତଥ୍ୟକୁ ଆଧାର କରି ଅବଜର୍ଭେସନ ଦେଇଛନ୍ତି ସୁପ୍ରିମକୋର୍ଟ’

ଭୁବନେଶ୍ୱର: ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଠୋର ହେବା ପ୍ରସଙ୍ଗରେ ହାଇକୋର୍ଟ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ଆମେ କୋର୍ଟ କାର୍ଯ୍ୟ ଅଚଳ କରିନାହୁଁ। ଭୁଲ ତଥ୍ୟକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କ ଅବଜର୍ଭେସନ ଦେଇଛନ୍ତି। ତେବେ ଆମେ ଏଥିରେ ଭୟଭୀତ ନୁହେଁ। ହାଇକୋର୍ଟ ଭୁଲକୁ କେବେ ପ୍ରଶ୍ରୟ ଦେବେନି ବୋଲି ଆମେ ଆଶା ରଖିଛୁ।”

ଆଜି ଆକ୍ସନ କମିଟି ବୈଠକରେ ଏହା ଉପରେ ଆଲୋଚନା କରାଯିବ। ହାଇକୋର୍ଟରେ ଦୀର୍ଘ ୧୫ ବର୍ଷ ହେଲାଣି ବିଚାରପତି ପଦ ପୂରଣ ହେଉନି। ୨ ଲକ୍ଷ ୧୪ ହଜାର ମାମଲା ପଡ଼ିଛି। ୧୪ ଜଣ ଜଜ୍‌ରେ କାମ ଚାଲିଛି ବୋଲି ସେ କହିଛନ୍ତି।

କଲେଜିୟମ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତିରେ ସ୍ୱଚ୍ଛତା ରହୁନି ବୋଲି ସେ ଅଭିଯୋଗ କରିଛନ୍ତି। ଦୀର୍ଘ ୪ ବର୍ଷ ହେଲାଣି ହାଇକୋର୍ଟର କେହି ଓକିଲ ବିଚାରପତି ହୋଇନାହାନ୍ତି। ଅନ୍ୟପଟେ ଗତକାଲି ସୁପ୍ରିମକୋର୍ଟ, ଓକିଲଙ୍କ ଧର୍ମଘଟ ଯୋଗୁ ହାଇକୋର୍ଟ ଅଚଳ ହେବା ପ୍ରସଙ୍ଗ ନେଇ କ୍ଷୁବ୍ଧ ହୋଇଥିଲେ। ହାଇକୋର୍ଟରେ ସ୍ଥିତି ସ୍ୱାଭାବିକ ପାଇଁ ସ୍ଥାନୀୟ ପୁଲିସ ସକ୍ଷମ ହୋଇପାରିବ ନା ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରିବାକୁ ପଡ଼ିବ ବୋଲି କୋର୍ଟ ପଚାରିଥିଲେ।

You might also like