ପରୀ, ପିହୁ ପରେ ଏବେ ଗାଁ ଦାଣ୍ଡରୁ ସ୍ୱାତୀ ଉଦ୍ଭାନ

ଭୁବନେଶ୍ୱର: କୁନି ଝିଅକୁ ଖୁଆଇବ ବୋଲି ମା ଖୋଜୁଛି। ଅତି ଶରଧାରେ କାମରୁ ଫେରି ବମ୍ବେଇ ଲଡୁ ଦେବାକୁ ବଡ଼ବାପା ଖୋଜୁଛି। ହେଲେ ଗାଁ ଦାଣ୍ଡରୁ ଉଭାନ୍ ହୋଇଯାଇଛି ଅଲିଅଳି ଝିଅ ସ୍ୱାତୀ। କୁଆଡ଼େ ଗଲା ? କିଏ ନେଲା? କାଲି ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି ପଡ଼ିଶା କୂଅ ପୋଖରୀ ସବୁ ଘାଣ୍ଟି ସାରିଲେଣି ପରିବାର, ହେଲେ କୋଉଠି ବି ତିନି ବର୍ଷର କଅଁଳ କଢ଼ିର ଚିହ୍ନବର୍ଣ୍ଣ ନାହିଁ। ଝିଅକୁ ନପାଇ ପାଗଳି ପ୍ରାୟ ମାର ସନ୍ଦେହ ଫେରିବାଲା ନେଇଗଲେ କି ? ବାପା ସଂଜୟ ସାହୁଙ୍କର ବି ସେଇ ଏକା ସନ୍ଦେହ।

ନୟାଗଡ଼ର ପରୀକୁ ନେଇ ହଇଚଇ ଥମିନି। ରଣପୁର ବଧିପାଟଣା ଗାଁ ଦାଣ୍ଡରୁ ଦିନ ଦିପହରରେ ପୁଣି ଏକ ୩ ବର୍ଷର ଝିଅ ଉଭାନ୍ ହେବା ଘଟଣାକୁ ନେଇ ସାରା ଗାଁରେ ଆତଙ୍କ ଘଟଣାକୁ ନେଇ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ପରେ ରଣପୁର ପୋଲିସ୍ ଦୁଇଟି ଟିମ୍ ଗଠନ କରି ସ୍ୱାତୀକୁ ଖୋଜୁଛି। ଦମକଳବାହିନୀ ବି ଗାଁରେ ଥିବା ସବୁ କୂଅ ପୋଖରୀ, ଖୋଜି ସାରିଲାଣି। ଖୋଦ୍ ଜିଲ୍ଲା ଏସ୍ପି ବି ଯାଇ ଘଟଣାସ୍ଥଳ ବୁଲି ଦେଖିଥିଲେ ତଥାପି ପତ୍ତା ମିଳୁନି କୁନିଝିଅର।

ଏପଟେ ଯାଜପୁରର ମଧୁସୂଦନପୁର ଗାଁରୁ ନିଖୋଜ ୨ ବର୍ଷର ଝିଅ ପିହୁ ବି ଗାଁ ଦାଣ୍ଡରୁ କୁଆଡେ ଉଭାନ୍ ହୋଇଯିବାର ୪ ମାସ ହେଲାଣି ସୁରାଗ୍ ପାଉନି ପୋଲିସ୍। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ପିହୁ ଗାଁକୁ ଯାଇ ବାପା-ମାଙ୍କୁ ଭେଟିଛନ୍ତିି। ତଦନ୍ତର ଅଗ୍ରଗତି ନେଇ ବିଞ୍ଝାରପୁର ପୋଲିସ୍ ଓ ଏସ୍ପିଙ୍କ ସହ ଆଲୋଚନା ପରେ ପୋଲିସ୍‌ରେ ନିଷ୍କ୍ରିୟତାକୁ ନେଇ ବର୍ଷିଛନ୍ତି। ପିହୁ ପାଇଁ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ବି ଦେଇଛନ୍ତି। ହେଲେ ଏସ୍ପି କହିଛନ୍ତି ପିହୁକୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ପରୀ, ପିହୁ, ସ୍ୱାତୀ ସତରେ କଣ ଆମ ଭବିଷ୍ୟତକୁ ସୁରକ୍ଷା ଦେବାରେ ଏତେ ଅସମର୍ଥ ବ୍ୟବସ୍ଥା ? ଦିନ ଦ୍ୱିପ୍ରହରରେ ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ପିଲା ଉଭାନ୍ ହୋଇଯାଉଛନ୍ତି, ହେଲେ କୁଆଡ଼େ ଯାଉଛନ୍ତି? କଣ ପାଇଁ ନିଖୋଜ ହେଉଛନ୍ତି ? ତାର ବିନ୍ଦୁବିସର୍ଗ ବି ମିଳୁନି ଏନ୍‌ସିଇଆର୍‌ବିର ତଥ୍ୟ କହୁଛି କେବଳ ଗତବର୍ଷ ହିଁ ରାଜ୍ୟରୁ ୪ ହଜାର ୩୧୫ ଶିଶୁ ନିଖୋଜ ହୋଇଛନ୍ତି ଅର୍ଥାତ୍ ଦିନକୁ ୧୨ ଜଣ ତେବେ ଏ ସମସ୍ତେ ଏବେ କେଉଁଠି ? ଆଉ କେତେ ପିହୁ, କେତେ ସ୍ୱାତୀ ଉଭାନ୍ ହେଲେ ନିଖୋଜର କାରଣ ପାଖରେ ପହଞ୍ଚିବ ଆମ ବ୍ୟବସ୍ଥା?

You might also like