ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ: ଗୁଣ୍ଡିଚା ମନ୍ଦିରରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ମାଉସୀ ମାଙ୍କ ଠାରୁ ଖେଚୁଡି ଖାଇ ତିନି ଠାକୁର ମନ୍ଦିରରୁ ବାହାରି ୩ ରଥରେ ବିଜେ ହେଲେ।

ପବିତ୍ର ବାହୁଡା ଯାତ୍ରା ପାଇଁ ସବୁଠି ଭକ୍ତିମୟ ପରିବେଶ। ଚଳଚଞ୍ଚଳ ହୋଇଉଠିଛି ବଡଦାଣ୍ଡ। ଘଣ୍ଟଘଣ୍ଟା ଓ ବିଜେ କାହାଳୀରେ ପ୍ରକମ୍ପିତ ହେଉଛି ଶରଧାବାଲି।

ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି। ଧାଡ଼ି ପହଣ୍ଡିରେ ଆସି  ପ୍ରଥମେ ଚକ୍ରରାଜ ସୁଦର୍ଶନ ଦେବଦଳନ ରଥରେ ବିରାଜମାନ ହୋଇଥିଲେ।

ପରେ ତାଳଧ୍ୱଜରେ ବଡ଼ ଠାକୁର ବଳଭଦ୍ର, ଦେବଦଳନ ରଥରେ ଦେବୀ ସୁଭଦ୍ରା ବିରାଜମାନ ହୋଇଥିଲେ। ଶେଷରେ ଗହଳି ଲଗାଇ ନନ୍ଦିଘୋଷରେ ରଥାରୂଢ଼ ହେଲେ ମହାପ୍ରଭୁ ଜଗନ୍ନାଥ।

You might also like