• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ବରିଷ୍ଠ ଅାଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ସହ ରାଜନୀତିରେ ପ୍ରବେଶ ଖବରକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ତାଙ୍କର ଏକ ଟୁଇଟ୍ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଦଳରେ ମିଶିବା ଲାଗି ଯଦି ଅପରାଜିତା ଅାବେଦନ କରନ୍ତି ତା ହେଲେ ବିଚାର କରାଯିବ ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି।

ଏହାସହ ସେ ଅାହୁରି କହିଛନ୍ତି ଯେ, ଦଳରେ ବହୁ ଲୋକ ଅାଗରୁ ମିଶିଛନ୍ତି ।ମିଶିବାକୁ ଅାବେଦନ କରିଛନ୍ତି। ସେହିଭଳି ଅପରାଜିତା ଚାହିଁଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସେନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ବ୍ୟୁରୋକ୍ରାଟଙ୍କୁ ଦଳରେ ନେବା ଲାଗି ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଯୋଗିତା ଲାଗିଛି ବୋଲି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି।

ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ କହଛିନ୍ତି ଯେ, ବିଜେପି ପ୍ରତିଦ୍ୱନ୍ଦିତା କରୁନାହିଁ। ଅପରାଜିତା ଯଦି ଅାବେଦନ କରିବେ, ରାଜ୍ୟ ବିଜେପି ସ୍ୱାଗତ କରିବ।

https://youtu.be/pXE1p8JLJi4

 

 

After-opting-vrs-will-aparajita-sarangi-foray-into-active-politics-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories