• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: କେବେ ଓ କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା? ଏହାକୁ ଚାହିଁ ରହିଛନ୍ତି ରାଜ୍ୟ ବୋର୍ଡ। ଏନେଇ ଆଜି ବସୁଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟଲ ନିଶଙ୍କ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଭର୍ଚୁଆଲ ମୋଡରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷାମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କ ମତାମତ ଲୋଡ଼ିବେ। ବିଶ୍ୱସ୍ତ ସୂତ୍ରରୁ ଓଟିଭିକୁ ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷା ମନ୍ତ୍ରାଳୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ଦୁଇ ପ୍ରକାରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରସାରିଛି।

ପ୍ରଥମ ପଦ୍ଧତି ଅନୁସାରେ ସ୍ୱାଭାବିକ ସମୟରେ ଯେପରି ପରୀକ୍ଷା ହୁଏ ସେଭଳି କରାଯିବ କିନ୍ତୁ ସମସ୍ତ ୬ଟି ବିଷୟରେ ପରୀକ୍ଷା ନକରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରୀକ୍ଷା ହେବ। ଏଥିପାଇଁ ୩ ମାସ ସ୍ୱାଭାବିକ ସମୟ ଆବଶ୍ୟକ। ଦ୍ୱିତୀୟ ପଦ୍ଧତିଟି ସଂକ୍ଷିପ୍ତ ପରୀକ୍ଷା ଉପରେ ପର୍ଯ୍ୟବେସିତ ହେବ। ୬ଟି ବିଷୟ ବଦଳରେ ଭାଷାରୁ ଗୋଟିଏ ପେପର୍ ଏବଂ ୩ଟି ପେପର electiveରୁ ନେଇ ମୋଟ୍ ୪ଟି ବିଷୟରେ ପରୀକ୍ଷା ହେବ। ମଲ୍ଟିପୁଲ ଚଏସ୍, ଅବଜେକ୍ଟିଭ ଓ ସର୍ଟ ଟାଇପ୍ କୋଶ୍ଚିନ ଆସିବ।

ଏହି ୪ଟି ବିଷୟର ମାର୍କ ଆଧାରରେ ପଞ୍ଚମ ଓ ଷଷ୍ଠ ପେପର୍ ମାର୍କ ଦିଆଯିବ। ୩ ଘଣ୍ଟା ବଦଳରେ ଦେଢ଼ ଘଣ୍ଟାର ପରୀକ୍ଷା ହେବ। ନିଜ ସ୍କୁଲରେ ପିଲା ପରୀକ୍ଷା ଦେଇପାରିବେ। ପରୀକ୍ଷା ସରିବାର ୧୫ ଦିନ ଭିତରେ ରେଜଲ୍ଟ ବାହାରିବ। କରୋନା ମହାମାରୀ ପରେ ଦେଶରେ ସିବିଏସ୍ଇ, ICSE ଏବଂ ରାଜ୍ୟର ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ତେବେ ଆମ ରାଜ୍ୟରେ ମାଟ୍ରିକ୍ ପରେ ପ୍ଲସ୍‌ ଟୁ ପରୀକ୍ଷା ବାତିଲ୍ ଦାବି ଜୋର ଧରିଥିଲା। ପରୀକ୍ଷା ବାତିଲ୍‌ ଦାବି ନେଇ ଯୁକ୍ତ ଦୁଇ  ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ।  ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ  ଆନ୍ଦୋଳନ ମଧ୍ୟ କରିଥିଲେ । ପୂର୍ବରୁ ମାଟ୍ରିକ୍ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ୧୦ମ ବୋର୍ଡ ପରୀକ୍ଷା ବାତିଲ୍ କରିଥିଲେ ସରକାର । କରୋନା ସଂକ୍ରମଣ ପାଇଁ ଏବେ ପ୍ଲସ୍ ଟୁ ପରୀକ୍ଷା ସ୍ଥଗିତ ରହିଛି ।

ମାଟ୍ରିକ ପରୀକ୍ଷା ବାତିଲ ହେବା ପରେ ପରେ ପ୍ଲସ ଟୁ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଥିଲେ। ଯଦି ମାଟ୍ରିକ ପରୀକ୍ଷା ବାତିଲ ହେଲା ତେବେ ଆମର କାହିଁକି ହେବନି ବୋଲି ଅଡି ବସିଥିଲେ ଛାତ୍ରାଛାତ୍ରୀ। ପ୍ରଥମତଃ କ୍ଲାସ୍‌ରେ ପାଠପଢା ହୋଇନାହିଁ, ତା ସାଙ୍ଗକୁ କରୋନା ଭାୟ। ଏସବୁକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

After-meeting-govt-will-take-disison-about-2-exam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories