• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ଦୁଇ ପରେ ଏବେ ୟୁଜି-ପିଜି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ । ପରୀକ୍ଷା ହେବ ନା ନାହିଁ ? ଯଦି ହେବ କେମିତି ଓ କେତେବେଳେ ? କାରଣ ସାଧାରଣ ସମୟରେ ଏବେ ସୁଦ୍ଧା ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଯାଇଥାଏ । ମାତ୍ର କରୋନା ଯୋଗୁଁ ଅନଲାଇନରେ ପାଠପଢା ଚାଲିଥିବା ବେଳେ ଏଯାଏଁ କୋର୍ସ ସରିନି ।

ସେହିପରି ଅନେକ ଛାତ୍ରଛାତ୍ରୀ ଏସୁବିଧାରୁ ବି ବଞ୍ଚିତ ହୋଇଛନ୍ତି । ତେବେ ଆସନ୍ତା ଶନିିବାର ଉଚ୍ଚଶିକ୍ଷା ବିଭାଗ ଡାକିଥିବା କୁଳପତି ସମ୍ମିଳନୀରେ ପିଲାଙ୍କ ପାଠପଢା ଓ ପରୀକ୍ଷା ନେଇ କିଛି ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

କେମିତି ହେବ ୟୁଜି-ପିଜି ଫାଇନାଲ୍ ସେମିଷ୍ଟର ପରୀକ୍ଷା ? କରୋନା କାଳରେ ଅନଲାଇନରେ ପରୀକ୍ଷା କରିବ କି ଉଚ୍ଚ ଶିକ୍ଷା ବିଭାଗ ? ନା ବିକଳ୍ପ ମାର୍କିଂ ବ୍ୟବସ୍ଥା କରାଯିବ ? ସେପଟେ ଗ୍ରୀଷ୍ମ ଅବକାଶ ପରେ ଜୁନ୍ ପହିଲାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଅନ୍ଲାଇନ୍ କ୍ଲାସ୍ । ତେଣୁ କୋର୍ସ ସରିନାହିଁ । ସେହିପରି କମ୍ପୁଟର, ଆଣ୍ଡ୍ରଏଡ୍ ଫୋନ ଓ ଇଣ୍ଟରନେଟ୍ ସୁବିଧା ନଥିବାରୁ ଉପାନ୍ତ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କ୍ଲାସରୁ ବଞ୍ଚିତ ହୋଇଛନ୍ତି । ଫଳରେ ସବୁଠାରୁ ବେଶୀ ଚିନ୍ତାରେ ଅଛନ୍ତି ଯୁକ୍ତ ତିନି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାର୍ଥୀ ।

ଆହୁରି ପଢନ୍ତୁ :  ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା।

ଗତବର୍ଷ ୟୁଜି ଓ ପିଜିର କେବଳ ଶେଷ ସେମିଷ୍ଟର ପରୀକ୍ଷା ହୋଇଥିଲା । ତାପୁଣି ଅନଲାଇନ୍‌ରେ । ଅନ୍ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ ଦିଆଯାଇଥିଲା । ତେବେ ପାଠପଢା ଓ ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ଆସନ୍ତା ଶନିବାର ଉଚ୍ଚଶିକ୍ଷା ବିଭାଗ କୁଳପତି ସମ୍ମିଳନୀ ଡାକାଇଛି । କୋର୍ସ କେତେ ଆଗେଇଛି ଓ ପରୀକ୍ଷା କେମିତି କରାଯିବ ସେନେଇ ଏଥିରେ ଆଲୋଚନା ହେବ । ଏନେଇ ବିଶ୍ୱବିଦ୍ୟାଳୟଗୁଡିକ ତରଫରୁ ମତାମତ ରଖାଯିବ ।

ତେବେ ରାଜ୍ୟରେ ପ୍ରାୟ ୮୫୦ ଡିଗ୍ରୀ କଲେଜ ରହିଛି । ୧୧ଟି ବିଶ୍ୱବିଦ୍ୟାଳୟ ଅଧିନରେ ଏସବୁ କଲେଜ ପରିଚାଳିତ ହେଉଛନ୍ତି । ତେବେ ପରୀକ୍ଷା ପରିଚାଳନା ନେଇ ୟୁଜିସି ପକ୍ଷରୁ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେଣୁ ଉଚ୍ଚ ଶିକ୍ଷା ବିଭାଗ ୟୁଜିସି ନିଷ୍ପତ୍ତିକୁ ଅପେକ୍ଷା କରିବ ବୋଲି ଆଶା କରାଯାଉଛି ।

After-matriculation-plus-two-there-is-now-confusion-over-the-ug-pg-exam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories