ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍

ଭଞ୍ଜନଗର: ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏମିତି ଏକ ଖବର ଆସିଛି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି।

ଭଞ୍ଜନଗର ଅଞ୍ଚଳର ବନବିଭାଗ କର୍ମଚାରୀ ବସନ୍ତ ମହାନ୍ତି ଜ୍ୱର ଓ କାଶରେ ପୀଡ଼ିତ ଥିଲେ। କରୋନା ଲକ୍ଷଣ ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଗତ ୧୨ ତାରିଖରେ ନିଜର କରୋନା ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା।

ତିନି ଦିନ ମଧ୍ୟରେ ରିପୋର୍ଟ ଆସିଯିବ ବୋଲି କୁହାଯାଇଥିଲେ ମଧ୍ୟ ରିପୋର୍ଟ ଆସି ନ ଥିଲା। ଫଳରେ ଗୁରୁତର ଅବସ୍ଥାରେ ୨୧ ତାରିଖରେ ବସନ୍ତଙ୍କ ମୃତ୍ୟୁ ଘଟିଥିଲା। ବସନ୍ତଙ୍କ ମୃତ୍ୟୁପରେ ପରିବାର ଲୋକ ବିଧି ମୁତାବକ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ସବୁଠାରୁ ବଡ଼ କଥା ହେଲା, ଶବ ସଂସ୍କାର କରି ଘରକୁ ଫେରିବା ବେଳେ ବସନ୍ତ କରୋନାରେ ସଂକ୍ରମିତ ଥିଲେ ବୋଲି ରିପୋର୍ଟ ଆସିଥିଲା।

କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ପରିବାର ଲୋକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପରିବାର ଲୋକ କହିଛନ୍ତି, ସ୍ୱାବ୍‌ ରିପୋର୍ଟ ୧୦ ଦିନ ପରେ ଆସିବାରୁ ଉତ୍ତମ ଚିକିତ୍ସା ନ ପାଇବାରୁ ବସନ୍ତଙ୍କ ମୃତ୍ୟୁ ଘଟିଛି। ପ୍ରଶାସନର ଏଭଳି ଅବହେଳା ପାଇଁ ବାପାଙ୍କ ଜୀବନ ଚାଲିଗଲା ବୋଲି ବସନ୍ତଙ୍କ ପୁଅ ଦିଗନ୍ତ କହିଛନ୍ତି।

You might also like