‘ଫୋନି’ ପରେ ମାଛି ଆତଙ୍କ, ବଢ଼ୁଛି ଅସ୍ୱାସ୍ଥ୍ୟକର ପରିବେଶ

ଖୋର୍ଦ୍ଧା: ବାତ୍ୟା ‘ଫୋନି’ ପରେ ଏବେ ମାଛି ଆତଙ୍କ। ମାଛି ଉପଦ୍ରବରେ ଗତ ୭ରୁ ୮ ଦିନ ହେଲା ଲୋକେ ଖାଇ-ଶୋଇ ପାରୁ ନାହାନ୍ତି। ଖାଦ୍ୟଠାରୁ ପାଣି ପର୍ଯ୍ୟନ୍ତ ସବୁଥିରେ ମାଛିଙ୍କ ଉତ୍ପାତ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।

ଗାଁ ନିକଟରେ ୨ଟି ବଡ଼ ବଡ଼ କୁକୁଡା ଫାର୍ମ ବାତ୍ୟାରେ ଭାଙ୍ଗିଯିବା ପରେ ଶତାଧିକ ମଲା କୁକୁଡା ପଡି ରହିଥିବାରୁ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଏନେଇ କିଛି ପଦକ୍ଷେପ ନ ନେବା ଫଳରେ ଲୋକଙ୍କ ଅବସ୍ଥା ଏବେ ଶୋଚନୀୟ।

ଫଳରେ ଲୋକମାନେ ନିଜ ଉଦ୍ୟମରେ ଔଷଧ ପକାଇବା ପରେ ବି ଏଥିରେ କୌଣସି ସୁଫଳ ମିଳିପାରୁନାହିଁ। ଗାଁକୁ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଏବଂ ଡାକ୍ତରୀ ଟିମ୍ ପଠାଯାଇଛି।

You might also like