ବିଜେଡିରୁ ବହିଷ୍କାର ପରେ ନବୀନଙ୍କୁ ଦାମଙ୍କ ଡାଇରେକ୍ଟ ଅାଟାକ୍

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ପରେ ଅଧିକ ଶାଣିତ ହୋଇଛି ଦାମଙ୍କ ସ୍ୱର। ଏଥର ସିଧା ନିଶାନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ଥିତି ପାଇଁ ନୀତି ବଦଳାଇଛନ୍ତି ନବୀନ, ଯାହା ବିଜୁ ଅାଦର୍ଶର ପରିପନ୍ଥୀ। ନବୀନଙ୍କ ପ୍ରଶ୍ରୟରେ ବିଜୁଙ୍କ ନାଁକୁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟୁଛନ୍ତି। ବିଜୁଙ୍କ ଅାତ୍ମା କଷ୍ଟ ପାଉଥିବ। ଏପରିକି ନବୀନ ଯେତେଶୀଘ୍ର ଓଡ଼ିଶା ଛାଡ଼ିବେ ସେତେ ରାଜ୍ୟବାସୀଙ୍କ ମଙ୍ଗଳ ବୋଲି କହିବାକୁ ବି ଦାମ ପଛାଇନାହାନ୍ତି।

ସେପଟେ ନବୀନ କହିଛନ୍ତି, ଦାମଙ୍କ ସବୁ ଅଭିଯୋଗ ନିଷ୍ଫଳ ଓ ହାସ୍ୟାସ୍ପଦ ସେ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି।

ଏ ହମ୍‌ଲା ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ମେ ୨୯ ବିଦ୍ରୋହ ଭଳି ଅନେକ ଷଡ଼ଯନ୍ତ୍ରବେଳେ ନବୀନଙ୍କ ପାଇଁ ଢାଲ ସାଜିଥିବା ଦାମ, କିନ୍ତୁ ଏବେ ତାଙ୍କୁ ହିଁ କରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଶାଣିତ ଅାକ୍ରମଣ। ନବୀନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଶାସକ ଯେତେବେଳେ ଉଦାସୀନ, ଅନ୍ୟମନସ୍କ ହୁଏ ଚାଟୁକାର, ଅଧସ୍ତନ କର୍ମଚାରୀମାନେ ସ୍ୱେଚ୍ଛାଚାରୀ ହୁଅନ୍ତି, ଯାହା ଓଡ଼ିଶାରେ ହୋଇଛି।

ସେ ଅାହୁରି କହିଛନ୍ତି, ବିଜେଡିରେ ମୁଁ ମନକୁ ମିଶିନଥିଲି, ମୋତେ ନିଜେ ନବୀନ ଡାକି ଅାଣି ମିଶାଇଥିଲେ, ଅାଉ ମୋ ଯୋଗୁଁ ଉପକୂଳ ଓଡ଼ିଶାରେ ଦଳ ଛିଡ଼ା ହେବାରେ ସମର୍ଥ ହୋଇଥିଲା।

ସେହିଭଳି ଦାମ କହିଛନ୍ତି ଦଳରୁ ବହିଷ୍କୃତ ନେତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ନାହିଁ ବରଂ ନବୀନଙ୍କ ସାଙ୍ଗରେ ଯେଉଁମାନେ ଅଛନ୍ତି ତାଙ୍କ ଉପରେ ସିବିଅାଇ ଖଣ୍ଡା ଝୁଲୁଛି।

ଅାଗକୁ ରାଜ୍ୟରେ ୨୦ଟି ଖଣି ଲୁଟ୍ ପାଇଁ ଷଡ଼ଯନ୍ତ୍ର ଚାଲିଛି। ତାସହିତ ମୟୂରଭ଼ଞ୍ଜ ଜିଲ୍ଲାରେ ହୋଇଥିବା ଚାରା ଘୋଟାଲାରେ ସିଧା ପାଣ୍ଡିଅାନ୍ ଓ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ନାଁ ନେଇ ବର୍ଷିଛନ୍ତି ଦାମ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦାମଙ୍କୁ କରାଯାଇଛି ବହିଷ୍କାର। ଦିଲ୍ଲୀରେ ଏକଥା କହିବା ପରେ ଭୁବନେଶ୍ୱର ଫେରି ନବୀନ କହିଛନ୍ତି, ଦାମ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି, ତାଙ୍କର ଅଭିଯୋଗ ସବୁବେଳେ ନିଷ୍ଫଳ ଓ ହାସ୍ୟାସ୍ପଦ। ସେ ନୂଅା ଦଳ ଗଢ଼ିଲେ କୌଣସି ପ୍ରଭାବ ପଡ଼ିବନି।

ଏସବୁ ଭିତରେ ଏବେ ପ୍ରଶ୍ନ ଗତ ସପ୍ତାହେ ଧରି ଦାମ-ଓମ୍‌ଫେଡ଼, ସମବାୟ ଓ ଚାରା ଘୋଟାଲା ଭଳି ଯେଉଁସବୁ ସାଂଘାତିକ ଦୁର୍ନୀତି ଅଭିଯୋଗ ଅାଣିଛନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଫିସର, ସମସ୍ତେ ଚୁପ୍ କାହିଁକି ? କାହିଁକି ଏହା ଉପରେ କୌଣସି ତଦନ୍ତ ନିର୍ଦ୍ଦେଶ ଦିଅାଯାଉନି। ଏ ନେଇ ବିଜେଡିର କେହି ମୁଖପାତ୍ର ମୁହଁ ଖୋଲିନଥିବା ବେଳେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଦାମଙ୍କୁ ବହିଷ୍କାର ଛଡ଼ା ଅାଉ ବାଟ ନଥିଲା।

ଦୁର୍ନୀତିଖୋରଙ୍କୁ ପ୍ରଶ୍ରୟ, ଅାଉ ଯିଏ ଗଡ୍‌ଫାଦରଙ୍କ ସ୍କାମ୍‌ ଉଜାଗର କଲା ତାକୁ ତଡ଼ା। ବିଜେଡିରୁ ଦାମଙ୍କ ବହିଷ୍କାର ଏ ଭଳି କିଛି ବାର୍ତ୍ତା ଦେଉଥିବା ବେଳେ ଏବେ ଅପେକ୍ଷା ଅାଗାମୀ ଦିନର ବିଜେଡି ରାଜନୀତିରେ ଏ ଘଟଣାକ୍ରମ କିଭଳି ହଲଚଲ୍ ସୃଷ୍ଟି କରୁଛି।

You might also like