ନିର୍ବାଚନ ପରେ ଏବେ କ’ଣ କରୁଛନ୍ତି ଆମ ରାଜନେତା?

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ର ଏବଂ ଏହା  ଅଧୀନରେ ଥିବା ବିଧାନସଭା ଆସନ ଲାଗି ମତଦାନ ସମ୍ପନ୍ନ ହୋଇଛି। ଆସନ୍ତା ମେ ୨୩ରେ ବାହାରିବ ଏହାର ଫଳାଫଳ। ତେବେ କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ। ହେଲେ ଏବେ ଜନପ୍ରତିନିଧିମାନେ ଟିକିଏ ରିଲାକ୍ସ ମୁଡ୍‌ରେ ଅଛନ୍ତି। ଘନଘନ ପ୍ରଚାର, ସାଧାରଣ ସଭା, ଜନତାଙ୍କୁ ଭେଟିବା ଆଦି ଅହରହ ନିର୍ବାଚନୀ ଜଞ୍ଜାଳ ତୁଟିବା ପରେ ନେତା ମାନେ ଏବେ ଟିକେ ସାନ୍ତିରେ ନିଶ୍ୱାସ ମାରୁଛନ୍ତି। ଫୁଲ୍ ରିଲାକ୍ସ ମୁଡ୍‌ରେ ଅଛନ୍ତି।

ସମ୍ବଲପୁର ବିଧାନସଭା ଆସନ ପାଇଁ ଏଥର ନିର୍ବାଚନରେ ଛିଡ଼ା ହୋଇଥିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, କଂଗ୍ରେସରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଆଉ ବିଜେପିରୁ ଜୟ ନାରାୟଣ ମିଶ୍ର।  ପାର୍ଟି ଅଫିସରେ ବସି ଜୟନାରାୟଣ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି। କେଉଁ ବୁଥ୍‌ରେ କେତେ ପୋଲିଂ ହେଲା, କେଉଁ ଅଞ୍ଚଳରୁ କେତେ ଭୋଟ ତାଙ୍କ ଖାତାକୁ ଆସିଛି, ଏହାକୁ ନେଇ ହିସାବ କିତାବ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ବିଜେଡିର ରାସେଶ୍ୱରୀଙ୍କଠାରୁ ସେ ହାରି ଯାଇଥିଲେ, ହେଲେ ଏଥର ସେ ଜିତିବା ପାଇଁ ଅନେକ ପରିଶ୍ରମ କରିଛନ୍ତି।

ଅନ୍ୟପଟେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ନିଜର ଓଜନ ମାପୁଛନ୍ତି। ସେ ମଧ୍ୟ ରିଲାକ୍ସ ମୁଡ୍‌ରେ ପରିଜନଙ୍କ ସହ ସମୟ ବିତାଉଛନ୍ତି। ନିର୍ବାଚନକୁ ନେଇ କିଛିଦିନ ହେଲା ରୋଗୀଦେଖା ବନ୍ଦ ଥିଲା। ନିର୍ବାଚନ ସରିବା ପରେ ନିଜ ଚିରାଚରିତ ଦିନଚର୍ଯ୍ୟାକୁ ଫେରି ଆସିବା ଭଳି ଲାଗୁଛନ୍ତି। ରୋଗୀ ଦେଖୁଛନ୍ତି, ପ୍ରେସ୍‌କ୍ରିପ୍‌ସନ୍‌ ଲେଖୁଛନ୍ତି। ଲୋକଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଇଭିଏମ୍‌ରେ ସିଲ୍‌ ନିଜ ଭାଗ୍ୟ କ’ଣ ହେବ ତାହାକୁ ନେଇ ସେ ବିଶେଷ ଚିନ୍ତିତ ନାହାନ୍ତି।

ସେହିଭଳି କଂଗ୍ରେସ ଟିକେଟରୁ ଏଥର ନିର୍ବାଚନ ଲଢ଼ିଥିବା ପ୍ରଫେସର ଅଶ୍ୱିନୀ ପୁଜାହାରୀଙ୍କର କଥା କିନ୍ତୁ ଟିକିଏ ଅଲଗା। ପ୍ରଚାର କାମରେ କିଛି ଦିନ ବ୍ୟସ୍ତ ଥିବା ପୂଜାହାରି ଏବେ ନିଜ ଘରେ ପତ୍ନୀଙ୍କ ସହ ନିର୍ବାଚନ ରଣାଙ୍ଗନର ଅନୁଭୂତି ବଖାଣୁଛନ୍ତି।  ଆଗକୁ ବେଙ୍ଗାଲୁରୁ ଚାଲିଯିବାକୁ ଯୋଜନା ଥିଲେ ମଧ୍ୟ ଏବେ ନ ଯାଇ ସମ୍ବଲପୁରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି : ଶୀର୍ଷରେ ନବୀନ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

ସ୍ୱାଭିମାନ ଅଂଚଳର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେରାର୍‌

ପାର୍ସଲ ପେଟିରୁ ବାହାରିଲା ନାଗସାପ

ନିଜସ୍ୱ ଉଦ୍ୟମରେ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ

ଭୁଲ୍‌ ଇଞ୍ଜେକସନ୍ ପାଇଁ ୯ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଓଟିଭିର ପ୍ରଭାବ: ମାଟି ଶଙ୍ଖ ଶିଳ୍ପୀଙ୍କୁ ମିଳିଲା ପ୍ରୋତ୍ସାହନ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ସମୁଦ୍ର କୂଳରେ ବିଛା ଯାଇଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ

ଋଷିକୂଲ୍ୟା ନଦୀରେ ଭାସିଗଲେ ନାବାଳିକା

You might also like