ଅାନ୍ଧ୍ର ନଜରରେ ଓଡ଼ିଶାର ଗାଁ

କୋଟିଅା ପରେ କୋରାପୁଟର ଅାଉ ଦୁଇ ଗାଁ ଉପରେ ନଜର

କୋରାପୁଟ : କୋଟିଆ ପରେ କୋରାପୁଟର ଆଉ ଦୁଇ ଗାଁ ଉପରେ ଆନ୍ଧ୍ର ପକାଇଛି ନଜର। ଖାଲି ନଜର ନୁହେଁ, ଓଡ଼ିଶା ସରକାରଙ୍କ ଦୁର୍ବଳତାର ଫାଇଦା ନେଇ ସିଧା ଅନୁପ୍ରବେଶ କରିଛି ପଡ଼ୋଶୀ ରଜ୍ୟ ପ୍ରଶାସନ। ନିକଟରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ତୁଲୁମ୍ ପଞ୍ଚାୟତର ଜୟନ୍ତଗିରି ଗାଁରେ ଲାଗିଛି ତେଲୁଗୁ ଭାଷାରେ ଫଳକ। କିଛିଦିନ ତଳେ ଏହି ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଫଳକ ବି ମାରିଛନ୍ତି ଆନ୍ଧ୍ର ସରକାର। ଗାଁ ଲୋକଙ୍କ ପାଣି ସମସ୍ୟାର ସୁଯୋଗ ନେଇ ଏକ ଏନଜିଓ ସଂସ୍ଥା ମାଧ୍ୟମରେ ଏପରି କରିଛି ଆନ୍ଧ୍ର।

ଜୟନ୍ତଗିରି ଓ ତୋଟାଗୁଡ଼ା ଗାଁରେ ରୁହନ୍ତି ପାଖାପାଖି ୩୫ ପରିବାର। ଏମାନଙ୍କ ମଧ୍ୟରୁ ଅଧିଂକାଶ ଭୂମିହୀନ ହୋଇଥିବାରୁ ଜଙ୍ଗଲ ଜମିରେ ହିଁ ଘର କରି ଚଳି ଆସୁଛନ୍ତି। ଶ୍ରମିକ ଶ୍ରେଣୀର ଏହି ଲୋକଙ୍କ ପାଇଁ MGNREGS ଯୋଜନାରେ କାମ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶ ବନ ବିଭାଗ ନିକଟରେ ଦୈନିକ କୁଲି କାମ କରି ପେଟ ପୋଷୁଛନ୍ତି। ତେଣୁ ଅନ୍ୟ ସହାୟତା ପାଇଁ ବି ଏମାନେ ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରଶାସନକୁ ଜଣାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

ସେପଟେ ଗାଁରେ ଆନ୍ଧ୍ର ପ୍ରଶାସନର ଫଳକ ଲଗାଯିବା ଘଟଣା ପରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଓ ନନ୍ଦପୁର ତହସିଲଦାର ଜୟନ୍ତିଗିରି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଏନେଇ ସେମାନେ କିଛି କହିବାକୁ ମନା କରିଥିବା ବେଳେ ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଯୋଜନା କାର୍ଯ୍ୟକରୀ କରାଯାଉଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

You might also like