ଦୁର୍ନୀତି ବିରୁଦ୍ଧରେ ଅାନ୍ନାଙ୍କ ଭଳି ବୁଲିବି ସାରା ରାଜ୍ୟ : ଦାମ

ବିଜୁ ଅାଦର୍ଶରେ ନୂଅା ରାଜନୈତିକ ସମୀକରଣ ନେଇ ଦାମଙ୍କ ଅାଭାସ

ଭୁବନେଶ୍ୱର: ଦଳରୁ ବହିଷ୍କାର ପରେ ଦାମଙ୍କୁ ନୈତିକ ସମର୍ଥନ ଦେବାକୁ ହାଜର ହୋଇଥିଲେ ତାଙ୍କ ଶୁଭେଛୁ ଓ ସମର୍ଥକ। ସକାଳୁ ସକାଳୁ ଦାମଙ୍କ ବାସଭବନରେ ଲାଗିରହିଥିଲା ଗହଳି ଚହଳି। ପାରାଦ୍ୱୀପ ସହ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ବି ପହଁଞ୍ଚିଥିଲେ ଲୋକ। ଦାମଙ୍କୁ ଭେଟିବା ପାଇଁ ପହଁଞ୍ଚିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ୧୫ ମିନିଟର ସଂକ୍ଷିପ୍ତ ଅାଲୋଚନା ପରେ ଦାମଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ ବୈଜୟନ୍ତ। ପୂର୍ବତନ ବିଧାୟକ ନାରାୟଣ ରେଡି ମଧ୍ୟ ଦାମଙ୍କୁ ଭେଟିଥିଲେ। ଦାମଙ୍କୁ ଭେଟିବାକୁ ଅାସିଥିବା ସମର୍ଥକଙ୍କ ମତ ଥିଲା ଅାମେ ବିଜେଡି ଲୋକ କିନ୍ତୁ ଦାମଙ୍କ ସହ ଅଛୁ।

ଏପଟେ ବହିଷ୍କୃତ ହେବା ପରେ ଅାଭିମୁଖ୍ୟକୁ ଅଧିକ କଠୋର କରିଛନ୍ତି ଦାମ ରାଉତ। କହିଛନ୍ତି, ବିଜୁଙ୍କ ନାଁରେ ନବୀନଙ୍କର ଦଳ ଚଳାଇବାରେ ନୈତିକ ଅଧିକାର ନାହିଁ। ବିଜୁଙ୍କ ଅନୁଗାମୀଙ୍କୁ ଏକାଠି କରି ନୂଅା ସମୀକରଣର ବି ଅାଭାସ ଦେଇଛନ୍ତି ଦାମ। ନିଜେ ପାରାଦ୍ୱୀପରୁ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିବା ସହ  ଅାନ୍ନା ହଜାରେଙ୍କ ପରି ଦୁର୍ନୀତି ବିରୋଧରେ ରାଜ୍ୟର ସବୁ ବିଧାନସଭା ବୁଲିବେ ବୋଲି କହିଛନ୍ତି। ତେବେ ବିଜୁ ଅନୁଗାମୀଙ୍କୁ ଏକାଠି କରିବା ପାଇଁ ଦାମ ଦେଇଥିବା ଅାହ୍ୱାନର ବିଜେଡି ବାହାରେ ଥିବା କିଛି ନେତା ବି ପରୋକ୍ଷରେ ସମର୍ଥନ ଜଣାଇଛନ୍ତି।

ତେବେ ଦାମଙ୍କ ଏ ତମାମ ଅାକ୍ଷେପ ନେଇ ବିଜେଡି ଅାଜି କିଛି ପ୍ରତିକ୍ରିୟା ରଖିନାହିଁ। ସେପଟେ ବହିଷ୍କାର ପରେ ଅାଜି  ଦାମଙ୍କ ବାସଭବନକୁ ଜଗି ରହିଥିଲେ ଗୋଟିଏ ପ୍ଲାଟୁନ ଫୋର୍ସ। ସପ୍ତାହେ ଧରି ଦୁର୍ନିତିର ବୋମା ପକାଇ ସରକାରଙ୍କୁ ଘାଇଲା କରିଥିବା ଦାମ ଦଳରୁ ବିଦା ପରେ ପୁଣି କିଭଳି ବାଣ ଛାଡୁଛନ୍ତି ଏବେ ତା ଉପରେ ନଜର।

You might also like