• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ପୁରୀ: ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ୧୨ ଘଣ୍ଟା ପରେ ଶ୍ରୀମନ୍ଦିର ଭିତର କବାଟ ଖୋଲିଲା ପରେ ଦର୍ଶନ ଆରମ୍ଭ ହୋଇଥିଲା।

ଗତକାଲି ଦିନ ତମାମ ଉପାସ ରହିବା ପରେ ସନ୍ଧ୍ୟାରେ ମନ୍ଦିର ଦ୍ୱାର ଖୋଲିଥିଲା ଓ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।  ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ପହିଲି ଭୋଗ ନୀତି ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା।

ମହାପ୍ରଭୁଙ୍କ ନୀତିକାନ୍ତି ସରିବା ପରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ତାଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନୀତି ବହୁ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଭକ୍ତମାନେ ବିଳମ୍ବିତ ରାତି ଯାଏ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।

ଜଣେ ହେଲେ ଭକ୍ତ ଯେପରି ଦର୍ଶନରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

After-delay-in-opening-of-srimandir-devotees-allowed-to-take-darshan-till-late-night122
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories