ବାତ୍ୟା କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଲା କେନ୍ଦ୍ରୀୟ ଟିମ୍‌

ଫେରିଲା କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ୟାସ୍ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ଓ କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରଛି କେନ୍ଦ୍ରୀୟ ଟିମ୍। ଏହି ଟିମ ଆଜି ଦୁଇଟି ଭାଗରେ ବିଭକ୍ତ ହୋଇ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର ପ୍ରଭାବିତ ଅଞ୍ଚଲ ବୁଲି ଦେଖିଛନ୍ତି। କେନ୍ଦ୍ରାପଡାକୁ ଯାଇ ଏକ ତିନି ଜଣିଆ ରାଜକନିକା ଭାରିଗଦାରେ ପହଞ୍ଚି ପନିପରିବା ଫସଲ ନଷ୍ଟ ସ୍ଥାନ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ନଳିତା ପାଟିଆ ରାସ୍ତା କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଡାଙ୍ଗମାଳ ଅରଣ୍ୟ ନିବାସରେ କ୍ଷୟକ୍ଷତି ସଂପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ପରେ ଏହି ଟିମ ବରାଡିଆ ସ୍ଥିତ ଭାଙ୍ଗିଯାଇଥିବା ସବଷ୍ଟେସନ,ତାଳଚୁଆ ନଳିତାପାଟିଆ ରାସ୍ତାର କ୍ଷୟକ୍ଷତି ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ।

ପ୍ରାୟ ୭୦କୋଟିରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ନେଇ ରିପୋର୍ଟ ଦିଆଯାଇଥିଲ। ସେହିଭଳି ବାରିପଦାରେ ଚାରି ଜଣିଆ ଟିମ୍ କୁଆମରା, ଚୁଳିଆପୋଷି, ଖିଲାଡ଼ି ଆଦି ଗାଁକୁ ଯାଇ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଥିଲେ ଏହି ଟିମ୍। ବାତ୍ୟାରେ ଭାଙ୍ଗିଥିବା ଘର ଦ୍ୱାର, ଉପୁଡି ପଡିଥିବା ଗଛ ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା ଆଦି ବୁଲି ଦେଖିଥିଲେ। ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ ଟିମକୁ ପ୍ରାଥମିକ ଆକଳନର ଏକ ରିପୋର୍ଟ ଦେଇଥିଲେ। ଏପଟେ ଭୁବନେଶ୍ୱରରେ କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଟିମକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଭେଟି ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ବିଭିନ୍ନ ଦାବି ଉପସ୍ଥାପନ କରିିଛନ୍ତି।

ଏବେ ବି ଲୋକେ ପାଣି ଘେରରେ ଥିବା, ଲୁଣା ପାଣି ମାଡି ଯିବାରୁ ଲୋକ ପିଇବା ପାଣି ପାଇପାରୁ ନଥିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ପଲିଥିନ କୋଟା ବଢାଇବାକୁ ଟିମ ଆଗରେ ଦାବି କରିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେହିଭଳି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ଅଗ୍ରାଧିକାରରେ ବଣ୍ଟନ, ସ୍ଥାୟୀ ଭିତ୍ତିଭୂମି ଦୃଢ଼ୀକରଣ ସହ ନଦୀ ବନ୍ଧ କାର୍ଯ୍ୟକୁ ସୁଦୃଢ କରିବାକୁ ପଡିବ ବୋଲି କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି।

You might also like