‘ଫୋନି’ ପରେ କ୍ଷତିଗ୍ରସ୍ତ ନିମେଇସାପୁର ଗାଁରେ ଅଧିକାରୀଙ୍କ ପାଦ ପଡ଼ିନି

କଟକ: ଘର ଉପରୁ ଉଡ଼ିଯାଇଛି ଚାଳ ଛପର। ଆଉ ଖୋଲା ଆକାଶ ତଳେ କଟୁଛି ଜୀବନ। ଖାଲି ଏତିକି ନୁହେଁ ଘରେ ଥିବା ଆସବାବପତ୍ର ସବୁ ନଷ୍ଟ ହୋଇଯାଇଥିବାରୁ ରାନ୍ଧିକି ଖାଇବା ବି କଷ୍ଟକର ହୋଇପଡ଼ୁଛି। କଟକ ସଦର ନିମେଇସାପୁର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ସାମୁଦ୍ରିକ ଝଡ଼ ‘ଫୋନି’ ଯିବାର ସପ୍ତାହେ ବିତି ଯାଇଥିଲେ ସୁଦ୍ଧା ବାତ୍ୟା କ୍ଷତିଗ୍ରସ୍ତ ନିମେଇସାପୁର ଗାଁରେ ଏଯାଏ ପ୍ରଶାସନର ଦେଖାନାହିଁ। ନା ମିଳିଛି ରିଲିଫ ନା ହୋଇଛି କ୍ଷୟକ୍ଷତିର ଆକଳନ। ଏମିତିକି ବିପର୍ଯ୍ୟସ୍ତ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସୁଧାରିବାକୁ ବି ଗାଁରେ କେହି ପହଞ୍ଚିନାହାନ୍ତି।

ଗାଁରେ ପ୍ରଶାସନ ପହଞ୍ଚିନଥିବା ବେଳେ ନିଜେ ନିଜ ଅବସ୍ଥା ସୁଧାରିବାରେ ଗ୍ରାମବାସୀମାନେ ଲାଗିପଡ଼ିଛନ୍ତି। ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍‌ ଖୁଣ୍ଟକୁ ସଜାଡ଼ିବାରେ ଗାଁଲୋକେ ଲାଗି ପଡ଼ିଛନ୍ତି। କିଏ ଖୁଣ୍ଟ ଉପରେ ଚଢ଼ି ସଜାଡ଼ିବାରେ ଲାଗିଛି ତ ଆଉ କିଏ ତାର ଭିଡ଼ିବାରେ ବ୍ୟସ୍ତ। ରାତି ଦିନ ଏକ କରି ବିଦ୍ୟୁତ୍‌ ଖୁଣ୍ଟ ମରାମତି କାମରେ ଲାଗିଛନ୍ତି ଲୋକେ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like