• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ପରେ ରାଜ୍ୟବ୍ୟାପୀ ଡୁପ୍ଲିକେଟ୍ ମେଡିସିନ୍ ବିରୋଧୀ ଡ୍ରାଇଭ୍ ଆରମ୍ଭ କରିଛି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। ଔଷଧ ନାଁରେ ଏଭଳି ବିଷ ବିକୁଥିବା ଦୋକାନ ଓ ଗୋଦାମ୍ ଉପରେ ଆଜି ଚଢାଉ ବେଳେ ରାଉରକେଲା ଓ ବରଗଡ଼ରୁ ବି ଜବତ ହୋଇଛି ନକଲି ଔଷଧ। ଏଣେ ଗତକାଲି କଟକରୁ ଡୁପ୍ଲିକେଟ୍ ମେଡିସିନ୍ ଜବତ ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗକୁ ତଦନ୍ତ ରିପୋର୍ଟ ମାଗିଛି ସ୍ୱାସ୍ଥ୍ୟ ବିଭାଗ। ସେହିପରି ଜବତ ହୋଇଥିବା ୧୭ ହଜାର ୪୦୦ ଫାଭିପିରାଭିର୍ ଟାବଲେଟ୍ ମଧ୍ୟରୁ ୪୦୦ ଟାବଲେଟ୍ ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠାଯାଇଛି।

ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ। ଲାଭଖୋର ମନୋବୃତ୍ତି ପାଇଁ ପ୍ରାଣ ରକ୍ଷା ନାଁରେ ପ୍ରାଣ ନେବାକୁ କୁତ୍ସିତ ଷଡ଼ଯନ୍ତ୍ର! ଗତକାଲି କଟକରୁ ବିପୁଳ ପରିମାଣର ନକଲି ଔଷଧ କାରବାରର ଖିଅ ପାଇବା ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଡ୍ରଗ୍ସ କଣ୍ଟ୍ରୋଲ ଟିମ୍। ଭୁବନେଶ୍ୱର, ରାଉରକେଲା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ସହରର ବିଭିନ୍ନ ଔଷଧ ଦୋକାନ ଓ ହୋଲସେଲ ଗୋଦାମ ଉପରେ ଚଢାଉ ହୋଇଛି। ରେଡ୍ ବେଳେ ରାଉରକେଲାର ଦୁଇଟି ଦୋକାନ ଏବଂ ବରଗଡ଼ର କିଛି ଦୋକନାରୁ ଡୁପ୍ଲିକେଟ୍ ମେଡିିସିନ୍ ଜବତ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ କନିକା ଛକ ସ୍ଥିତ ମେଡିଲୟେଡ ମେଡିକାମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଥିବା ଔଷଧ ବ୍ୟବସାୟ ସଂସ୍ଥା ହିମାଚଳ ପ୍ରଦେଶ ସୋଲାନଠାରେ ଥିବା ମାକ୍ସ ରିଲିଫ୍ ହେଲଥ କେୟାର କମ୍ପାନୀଠାରୁ ଫାଭିମାସ୍କ ୪୦୦ ବ୍ରାଣ୍ଡରେ ଔଷଧ ମଗାଇଥିଲା। ଯେଉଁ କମ୍ପାନୀ ଏବେ ଏହି ଔଷଧ ତିଆରି କରୁନଥିବା କୁହାଯାଉଛି। ଏ ସମ୍ପର୍କରେ ମହାରାଷ୍ଟ୍ର ରାଜ୍ୟ ଫୁଡ୍ ଆଣ୍ଡ୍ ଡ୍ରଗ୍ ବିଭାଗଠାରୁ ସୁରକ୍ ପାଇ ଗତ ୧୦ ତାରିଖରେ ଡ୍ରଗ୍ସ ଇନସ୍ପେର କଟକ କନିକା ଛକ ସ୍ଥିତ ମେଡିଲୟେଡ ମେଡିକାମେଣ୍ଟ କମ୍ପାନୀରେ ରେଡ୍ କରିଥିଲେ।

ଚଢାଉ ବେଳେ ଏହି କମ୍ପାନୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ସ୍ଥିତ ମାକ୍ସ ରିଲିଫ୍ ହେଲଥ କେୟାରଠାରୁ ୫୮ ହଜାର ଫାଭିପିରାଭିର ଟାବେଲଟ୍ କିଣିଥିବା ଜଣାପଡ଼ିଥିଲା। ଯେଉଁଥିରୁ ୪୦ ହଜାର ୬୦୦ ଟାବଲେଟ୍ ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ଶ୍ରୀମ ମହାଦେବ ମେଡିକାଲ୍ସ ଆଣ୍ଡ ସର୍ଜିକାଲ ସଂସ୍ଥାକୁ ପଠାଇଯାଇଛି। ବଳକା ଥିବା ୧୭ ହଜାର ୪୦୦ ଫାଭିପିରାଭିର ଟାବଲେଟକୁ ଡ୍ରଗ୍ସ କଣ୍ଟ୍ରୋସ ସ୍କ୍ବାର୍ଡ ଜବତ କରିବା ସହ ଏଥିରୁ ୪୦୦ ଟାବଲେଟକୁ ଟେଷ୍ଟିଂ ପାଇଁ ଲାବରୋଟାରୀକୁ ପଠାଇଛି।

ସେପଟେ ଗ୍ୱାଲିୟରକୁ ଯାଇଥିବା ଫାଭିପିରାଭିର ଟାବଲେଟ୍ ସମ୍ପର୍କରେ ମଧ୍ୟପ୍ରଦେଶ ଫୁଡ୍ ଆଣ୍ଡ୍ ଡ୍ରଗ୍ ବିଭାଗକୁ ଜଣାଇ ଦିଆଯାଇଛି ଏଣେ ମାକ୍ସ ରିଲିଫ ହେଲଥ କେୟାର ଦ୍ୱାରା ପ୍ରସ୍ତୁତ ଆଉ ୯ ପ୍ରକାର ଔଷଧ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇଥିବା ଜାଣିବାକୁ ମିଳିବା ପରେ ଏସବୁ ଔଷଧର ସାମ୍ପୁଲ ସଂଗ୍ରହ ସାଙ୍ଗକୁ ବିଭିନ୍ନ ଜିଲ୍ଲାର ଡ୍ରଗ୍ ଇନସ୍ପେରଙ୍କୁ ଆଲର୍ଟ କରାଯାଇଛି। ସେପଟେ ମାଲ୍ ବିଲ୍‌ରେ କିଣାଯାଇଛି ଏବଂ ବିଲ୍‌ରେ ବିକ୍ରି ହୋଇଛି କହି ଡୁପ୍ଲିକେଟ୍ ସମ୍ପର୍କରେ ସେ କିଛି ବି ଜାଣିନଥିବା ପ୍ରତିକ୍ରିୟା ରଖିଛନ୍ତି ସଂପୃକ୍ତ ବ୍ୟବସାୟୀ।

ପ୍ରତିଷ୍ଠିତ ଔଷଧ ବ୍ରାଣ୍ଡ୍ ନାଁରେ ନକଲି ଔଷଧ ବଜାରକୁ ଛାଡ଼ୁଥିବାରୁ ଏଭଳି ବେଆଇନ କାର୍ଯ୍ୟ ଓ ଲୋକଙ୍କ ଜୀବନ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍।

After-cuttack-spurious-medicines-seized-in-rourkela-bargarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories