ରାତି ୮ଟାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହୋଇଛି । ଆଜିଠାରୁ ପ୍ରତି ଶନିବାର ଓ ରବିବାର ହେବ ସଟ ଡାଉନ ହେବ।

 ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଯିବାକୁ ବାରଣ କରାଯାଇଛି । ରାତି ୮ଟା ପରେ ଆଉ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ା ଯିବନାହିଁ। ରାତି ସାଢ଼େ ୮ଟା ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ। ରାତି ୯ରୁ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। 

ସେହିପରି ଜଗତ୍‌ସିଂହପୁର ଜିଲ୍ଲାର ବଜାର ଅଞ୍ଚଳ ପାଇଁ କର୍ଫ୍ୟୁ ଲାଗିଛି।  ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଲାଗୁ ନେଇ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଛନ୍ତି । ଜଗତସିଂହପୁର ଓ ପାରାଦୀପ ପୌରପାଳିକା ସହ ଅନ୍ୟ ବଜାର ପାଇଁ ଏହି କଟକଣା ଲାଗୁ ହୋଇଛି। ସେହିପରି ରଘୁନାଥପୁର, ତାରପୁର, ଜୟପୁର ବଜାର, ତିର୍ତ୍ତୋଲ, ରାହାମା, କୁଜଙ୍ଗ ବଜାର ପାଇଁ ରାତି କଟକଣା ଲାଗୁ କରାଯିବ। 

ଅନ୍ୟପକ୍ଷେ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ ଆଜିଠାରୁ ଆରମ୍ଭ ହେବା ପରେ  ରାସ୍ତାଘାଟ ଶୂନ୍‌ଶାନ ରହିଛି । ଦୋକାନ ବଜାର ବନ୍ଦ ରହିଛି । ଛକ ଛକରେ ପୋଲିସ ପଇଁତରା ମାରୁଛି । ଅଧିକ ପ୍ରଭାବିତ ନୂଆପଡା ଜିଲ୍ଲା ଖଡିଆଳ ଏନ୍ଏସିରେ ଆଜିଠାରୁ ୨୨ ତାରିଖ ଯାଏଁ ଦୋକାନ, ବଜାର ବନ୍ଦ ରହିବ। ତେବେ ସୁନ୍ଦରଗଡ ହେଉ କି ନବରଙ୍ଗପୁର ସବୁଠି ମାସ୍କ ଚ୍ୟାକିଂ ସହ ନିୟମ ପାଳନକୁ କଡାକଡି କରାଯାଇଛି ।

ସେହିପରି କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ୨୦ ଜିଲ୍ଲାର ସମସ୍ତ ପୌରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ। ଦୋକାନ ବଜାରରେ ଭିଡ ନକରିବାକୁ ଅପିଲ୍ କରିଛନ୍ତି ବିଏମ୍‌ସି କମିଶନର। ଅନ୍ୟପକ୍ଷରେ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ କଡ଼ାକଡ଼ି ପାଳନ ଲାଗି କମିଶନରେଟ୍ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି।

କୋଭିଡ ନିୟମ ଉଲ୍ଲଘଂନକାରୀଙ୍କଠାରୁ ଗତକାଲି ୨୭.୪୦ ଲକ୍ଷ ଜରିମାନା ଆଦାୟ କରାଯାଇଛି। ୯୦୩୨ ଜଣଙ୍କୁ ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନ ମାନିବାରୁ ଜରିମାନା ହୋଇଛି। ଜରିମାନା ଆଦାୟ କରିଛି କୋଭିଡ୍ ଏନଫୋର୍ସମେଣ୍ଟ ସ୍କ୍ୱାଡ୍।

You might also like