୬ ମାସ ପରେ ସରିବ ଡେଡ୍‌ ଲାଇନ୍, ଚିର୍ମା ବ୍ରିଜ୍‌ର ପିଲର ଉଠିଲାନି: ହତାଶ ହେଲେ ୪୦ ଗାଁର ଲୋକେ

ନବରଙ୍ଗପୁର(ନବଘନ ବିଷୋୟୀ): କଚ୍ଛପ ଗତିରେ ଚାଲିଛି ଇନ୍ଦ୍ରାବତୀ ନଦୀରେ ଚିର୍ମା ବ୍ରିଜ୍ ନିର୍ମାଣ। ଫଳରେ ଗମନାଗମନ ପାଇଁ ପ୍ରତିଦିନ କାଠ ଧଡ଼ାରେ ଯିବାଆସିବା କରୁଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଓ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଲୋକେ । ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିଲେ ବି ୩ ବର୍ଷ ମଧ୍ୟରେ ବ୍ରିଜର ପିଲାର୍ ବି ଉଠିନି । ସେପଟେ ଡେଡ୍-ଲାଇନ୍ ସରିବାକୁ ଅଛି ଆଉ ମାତ୍ର ୬ ମାସ। ହେଲେ କେବେ ବ୍ରିଜ୍ କାମ ସରିବ, ସେନେଇ ଦେଖାଦେଇଛି ଅନିଶ୍ଚିତତା ।

ଇନ୍ଦ୍ରାବତୀ ନଦୀ ଉପରେ ନିର୍ଭର କରନ୍ତି କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ଓ ନବରଙ୍ଗପୁରର କୋଷାଗୁମୁଡ଼ା ବ୍ଲକର ୪୦ରୁ ଅଧିକ ଗାଁ । ନଦୀ ଆରପାଖେ ବଜାର, ହାଟ । ତେଣୁ ନଦୀ ପାର ହୋଇ ନ ଗଲେ ଘରେ ଚୁଲି ଜଳିବା କଷ୍ଟ ।

ବାଧ୍ୟ ହୋଇ ଲୋକେ ନିଜେ ନଦୀରେ କାଠ ଧଡ଼ା ବାନ୍ଧି ବିପଜ୍ଜନକ ଭାବେ ଯିବା ଆସିବା କରୁଛନ୍ତି। ସବୁଠାରୁ କଷ୍ଟ ବର୍ଷା ଦିନରେ। କାରଣ ବର୍ଷା ଦିନେ ଧଡ଼ା ବୁଡ଼ି ଯାଏ। ବହୁକଷ୍ଟରେ ଲୋକେ ଡଙ୍ଗାରେ ନଦୀ ପାର ହୁଅନ୍ତି । ଆଉ ଯଦି ଡଙ୍ଗା ନ ମିଳେ ତେବେ ଜୀବନଧାରା ଏକପ୍ରକାର ଠପ୍ ହୋଇଯାଏ।

ଏହାକୁ ଦୃଷ୍ଟିରେ ରଖି ଦୁଇଟି ଜିଲ୍ଲାବାସୀଙ୍କ ଗମନାଗମନର ସୁବିଧା ପାଇଁ ଚିର୍ମା ପଞ୍ଚାୟତରେ ବ୍ରିଜ୍ କରାଯାଉଛି । ହେଲେ ଏହା ଶେଷ ହେବାର ନାଁ ନେଉନାହିଁ। ୨୦୧୬ରୁ କାମ ଆରମ୍ଭ ହୋଇଥିଲେ ବି ଏଯାଏଁ ବ୍ରିଜ୍‌ର ପିଲର ବି ଉଠିନି ।  ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ କାମ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ

ଇନ୍ଦ୍ରାବତୀ ନଦୀ ଉପରେ ବ୍ରିଜ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେତେବେଳେ ଏଥିପାଇଁ ୧୬ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ବିଡ଼ମ୍ବନା, ଡେଡ୍‌ ଲାଇନ ସରିବାକୁ ଆଉ ମାତ୍ର ୬ ମାସ ବାକି ଥିବା ବେଳେ  ବ୍ରିଜର ପିଲର ବି ଉଠିନି।  କାମ ମନ୍ଥର ଗତିରେ ଚାଲିଥିବାରୁ ନିର୍ଦ୍ଧାରିତ ସମୟରେ କାମ ଶେଷ ହେବ ନାହିଁ ବୋଲି ସ୍ୱୀକାର କରିଛନ୍ତି  ନିର୍ବାହୀ ଯନ୍ତ୍ରୀ ସୁଦାମ ଚରଣ ମହାପାତ୍ର।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like