ଗ୍ରୀନରୁ ଅରେଞ୍ଜ ଜୋନ୍ ହେଲା ଗଜପତି ଜିଲ୍ଲା

ଗଜପତି: ନୂଆ ୪ ପଜିଟିଭ ଚିହ୍ନଟ ପରେ ଗ୍ରୀନରୁ ଅରେଂଜ ଜୋନ୍ ହେଲା ଗଜପତି ଜିଲ୍ଲା। ସମସ୍ତ ନୂଆ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କ ମଧ୍ୟରୁ ୩ ଜଣ ବାହାରୁ ଫେରିଥିବାବେଳେ ଜଣେ ସ୍ଥାନୀୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେମାନଙ୍କୁ ଆର.ସୀତାପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଚିହ୍ନଟ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଗୁମ୍ମା ବ୍ଲକର ହୋଇଥିବା ବେଳେ ଜଣେ ଗୋଷାଣି ଓ ଆଉ ଜଣେ କାଶୀନଗର ବ୍ଲକର ବୋଲି ଜଣାପଡ଼ିଛି।

ସତର୍କତା ମୂଳକ ପଦକ୍ଷେପ ଭାବେ ତିନୋଟି ବ୍ଲକର ତିନୋଟି ଗାଁକୁ କଂଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସେଗୁଡ଼କ ହେଲା କାଶୀନଗର ବ୍ଲକର ମଣ୍ଟିଗୁଡ଼ା, ଗୁମା ବ୍ଲକର ଜଗନ୍ନାଥପୁର ଓ ଗୋଶାଣୀ ବ୍ଲକର ତାଟିପାଟି ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

 

You might also like