୩ ମାସ ପରେ ଶବକୁ ମାଟି ତଳୁ କାଢ଼ି ପୋଷ୍ଟମର୍ଟମ୍‌ ପାଇଁ ପଠାଇଲା ପୁଲିସ୍

ବରଗଡ଼: ମୃତ୍ୟୁର ୩ ମାସ ପରେ ମାଟି ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ।

ଅଭିଯୋଗ ଅନୁସାରେ ଗତ ଏପ୍ରିଲ୍ ୧୮ ତାରିଖରେ ଗାଁରେ ଉଦୟ ତାଣ୍ଡି ନାମକ ଜଣେ ବ୍ୟକ୍ତି ମଦ ପିଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।  ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଜଣା ପଡ଼ିଛି ଯେ, ଉଦୟଙ୍କୁ ଯୋଜନା ବଦ୍ଧ ଭାବେ ବିଷାକ୍ତ ମଦ ପିଆଇ ହତ୍ୟା କରାଯାଇଛି। ଥାନାରେ ଏହି ଅଭିଯୋଗ କରିଛନ୍ତି, ମୃତକଙ୍କ ସ୍ତ୍ରୀ ଓ ପୁଅ। ଏହା ପରେ ପୁଲିସ ମୃତଦେହକୁ ମାଟି ତଳୁ କାଢ଼ି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।

You might also like