ଫୋନିକୁ ବିତିଲା ୩ ମାସ; କ୍ଷତିଗ୍ରସ୍ତଙ୍କୁ ଜରିପାଲ ଖଣ୍ଡେ ବି ମିଳିନି

କଟକ: ବାତ୍ୟା ଫୋନି ଯିବାର ୩ ମାସ ବିତିସାରିଲାଣି,ହେଲେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ବହୁ ହିତାଧିକାରୀଙ୍କୁ ଏଯାଏ ମିଳିନି ସରକାରୀ ସହାୟତା। ବହୁ ଲୋକ ଏବେ ବି ଭଙ୍ଗା ଚାଳ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ତରଫରୁ ଜରିପାଲ ଖଣ୍ଡେ ମିଳିନି। ସ୍ଥିତି ଏପରି ହୋଇଛି ଯେ, ଗୋଟିଏ ଘରେ ଗାଈଗୋରୁ ସହ ମଣିଷ ରହୁଛନ୍ତି।

ଟାଙ୍ଗୀ ବ୍ଲକର ଆଗ୍ରାହାଟ ଓ ଜରିପଡ଼ା ପଞ୍ଚାୟତର ବହୁ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବହୁବାର ବିଡିଓ ଏବଂ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କିଛି ଲାଭ ହେଉନଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ଆଉଥରେ ତଦନ୍ତ କରାଯିବ ବୋଲି ଟାଙ୍ଗୀ-ଚୌଦ୍ୱାର ତହସିଲଦାର କହିଛନ୍ତି। ରହିଯାଇଥିବା ଯୋଗ୍ୟ ହିତାଧିକାରିଙ୍କୁ ଚିହ୍ନଟ କରାଯାଇ ସରକାରୀ ସାହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

You might also like